ମଧ୍ୟବିତ୍ତଙ୍କୁ ମଲମ: ଆୟକର ନିୟମରେ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ଗୁରୁତ୍ବ

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରି ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଲୋକସଭା ନିର୍ବାଚନରେ ଲାଗିଥିବା ଧକ୍କା ଓ ଆଗକୁ ଆସୁଥିବା ନିର୍ବାଚନଗୁଡ଼ିକରେ ବିଜୟ ସମ୍ଭାବନା...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରି ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଲୋକସଭା ନିର୍ବାଚନରେ ଲାଗିଥିବା ଧକ୍କା ଓ ଆଗକୁ ଆସୁଥିବା ନିର୍ବାଚନଗୁଡ଼ିକରେ ବିଜୟ ସମ୍ଭାବନା...

daadad

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରି ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଲୋକସଭା ନିର୍ବାଚନରେ ଲାଗିଥିବା ଧକ୍କା ଓ ଆଗକୁ ଆସୁଥିବା ନିର୍ବାଚନଗୁଡ଼ିକରେ ବିଜୟ ସମ୍ଭାବନା ବଢ଼ାଇବା ଲକ୍ଷ୍ୟ ରଖି ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଛାଡ଼ କରାଯାଇଛି। ଫଳରେ ଯେଉଁମାନେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛନ୍ତି, ସେମାନଙ୍କୁ କୌଣସି ଆୟକର ଦେବାକୁ ପଡ଼ିବ ନାହିଁ। ଖର୍ଚ୍ଚ କରିବାକୁ ଲୋକଙ୍କ ହାତରେ ଟଙ୍କା ପହଞ୍ଚାଇବା ଲାଗି ଆହୁରି ଅନେକ ପ୍ରକାର ଟିକସ ପଦକ୍ଷେପ ଘୋଷଣା କରାଯାଇଛି। ଏଥର ସରକାର ପୁଞ୍ଜି ବ୍ୟୟ ଆଧାରିତ ଅଭିବୃଦ୍ଧି ଧାରାରୁ ବାହାରି ଏକ ମଧ୍ୟବିତ୍ତ କଲ୍ୟାଣକାରୀ ବଜେଟ୍‌ ଉପସ୍ଥାପନ କରିବାକୁ ପ୍ରୟାସ କରିଛନ୍ତି।

ଆୟକର ଓ ଅନ୍ୟାନ୍ୟ ଟିକସ ସମ୍ପର୍କିତ ଘୋଷଣା ଯୋଗୁଁ ସରକାର ୧ ଲକ୍ଷ ‌କୋଟି ଟଙ୍କାର ଟିକସ ହରାଇବେ। ତଥାପି ଅଭିବୃଦ୍ଧି ଓ ଜନ କଲ୍ୟାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଅର୍ଥମନ୍ତ୍ରୀ ଉଦ୍ୟମ କରିଛନ୍ତି। ବଜେଟ୍‌ରେ ପ୍ରତିରକ୍ଷାକୁ ସର୍ବାଧିକ ପାଣ୍ଠି ଦିଆଯାଇଥିବା ବେଳେ ଗ୍ରାମୀଣ ବିକାଶକୁ ଦ୍ବିତୀୟ ସର୍ବାଧିକ ପାଣ୍ଠି ଦିଆଯାଇଛି। ଯୁବବର୍ଗଙ୍କୁ ନିଯୁକ୍ତି ଦେବା, ମହିଳାମାନଙ୍କୁ ସଶକ୍ତ କରିବା, କୃଷି କ୍ଷେତ୍ରରେ ଉତ୍ପାଦନ ବଢ଼ାଇବା ଓ ଶିକ୍ଷାରେ ଉନ୍ନତି ଆଣିବା ଲାଗି ବଜେଟ୍‌ରେ ଉଦ୍ୟମ କରାଯାଇଛି। ଦେଶରେ ବର୍ଷତମାମ ଡାଲି ଦାମ୍ ଉଚ୍ଚା ରହୁଥିବାରୁ ଡାଲି ପାଇଁ ଆତ୍ମନିର୍ଭର ଅଭିଯାନ ଘୋଷଣା କରାଯାଇଛି। 
ବଜେଟ୍‌ର ପ୍ରମୁଖ ଘୋଷଣା ମଧ୍ୟରେ ରହିଛି ବୀମା କ୍ଷେତ୍ରରେ ୧୦୦ ପ୍ରତିଶତ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ)କୁ ଅନୁମତି। ବିନିର୍ମାଣ, କପା ଉତ୍ପାଦନ, ଆଣବିକ ଶକ୍ତି, ବିଦ୍ୟୁତ୍‌ ଶକ୍ତି, ଖାଇବା ତେଲ, ଡାଲି, ଜିଓସ୍ପେସିଆଲ୍‌ ମ୍ୟାପିଂ ଓ ରପ୍ତାନି ପ୍ରସାର ଲାଗି ନୂଆ ଜାତୀୟ ମିସନ ଘୋଷଣା କରାଯାଇଛି। ଜାତୀୟ ମନେଟାଇଜେସନ୍ ଯୋଜନା ୨.୦, ୧ ଲକ୍ଷ କୋଟି ଟଙ୍କାର ସହରାଞ୍ଚଳ ଚ୍ୟାଲେଞ୍ଜ ପାଣ୍ଠି, ଷ୍ଟାର୍ଟଅପ୍ ପାଇଁ ୧୦ହଜାର କୋଟି ଟଙ୍କାର ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌ସ, ଅଧା ବାଟରେ ଲଟକିଥିବା ବାସଗୃହ ପ୍ରକଳ୍ପ ଲାଗି ୧୫ ହଜାର କୋଟି ଟଙ୍କାର ‘ସ୍ବାମିହ୍‌-୨’ ପାଣ୍ଠି ଏବଂ ଡିପ୍‌ ଟେକ୍ ଓ କ୍ଲିନ୍‌ ଟେକ୍ ପାଇଁ ଯୋଜନା ଘୋଷଣା କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ସୀତାରମଣ ୫୦ ଲକ୍ଷ ୩୬ ହଜାର କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଋଣ ବାଦ ଅନ୍ୟାନ୍ୟ ମାଧ୍ୟମରୁ ସରକାର ୩୪ ଲକ୍ଷ ୯୬ ହଜାର କୋଟି ଟଙ୍କା ପାଇବେ। ନିଟ୍ ଟିକସ ରାଜସ୍ବ ୨୮ ଲକ୍ଷ ୩୭ ହଜାର କୋଟି ଟଙ୍କା ରହିଛି। ସରକାର ବଜାରରୁ ୧୧ ଲକ୍ଷ ୫୪ ହଜାର କୋଟି ଟଙ୍କାର ଋଣ କରିବେ ବୋଲି ବଜେଟ୍‌ରେ ଘୋଷଣା ହୋଇଛି। ବଜେଟ୍‌ରେ ପୁଞ୍ଜି ବ୍ୟୟରେ ମାତ୍ର ୮ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୪-୨୫ରେ ତାହା ୧୧.୧୧ ଲକ୍ଷ କୋଟି ଟଙ୍କା ଥିଲା। 

୨୦୨୫-୨୬ ପାଇଁ ପୁଞ୍ଜି ବ୍ୟୟ ଲକ୍ଷ୍ୟ ୧୧.୨୧ ଲକ୍ଷ କୋଟି ଟଙ୍କା ରହିଛି। ଶିଳ୍ପ ଜଗତ ପୁଞ୍ଜି ବ୍ୟୟରେ ୨୫ ପ୍ରତିଶତ ବୃଦ୍ଧି ଆଶା କରୁଥିବାରୁ ସେମାନେ ନିରାଶ ହୋଇଛନ୍ତି। ତେବେ ବିତ୍ତୀୟ ନିଅଣ୍ଟକୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪.୪ ପ୍ରତିଶତକୁ ହ୍ରାସ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ରେ ଜିଡିପି ଅଭିବୃଦ୍ଧି ୧୦.୧ ପ୍ରତିଶତ ହେବା ନେଇ ଆକଳନ କରାଯାଇଛି। ପୁଞ୍ଜି ପ୍ରତ୍ୟାହାରରୁ ୪୭ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ବଜେଟ୍‌ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଲକ୍ଷ୍ୟ ୩୩ ହଜାର କୋଟି ଟଙ୍କା ଥିଲା। ଏନ୍‌ଡିଏ ସରକାରର ଅନ୍ୟତମ ପ୍ରମୁଖ ସହଯୋଗୀ ଥିବା ‌ନୀତୀଶ କୁମାରଙ୍କୁ ଖୁସି କରିବା ଲାଗି ବିହାର ପାଇଁ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫୁଡ୍‌ ଟେକ୍ନୋଲୋଜି, ଏଣ୍ଟରପ୍ରେନ୍ୟୁଅରସିପ୍, ବିମାନବନ୍ଦର, କେନାଲ, ସଡ଼କ ଓ ଶକ୍ତି ପ୍ରକଳ୍ପ ଆଦି ଘୋଷଣା କରାଯାଇଛି। ୩୬ ଜୀବନରକ୍ଷାକାରୀ ଔଷଧ ଉପରୁ ଟିକସ ଛାଡ଼ କରାଯାଇଛି। ଭଡ଼ା ଉପରେ ଟିଡିଏସ୍‌ ଛାଡ଼କୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସରକାରୀ ସ୍କୁଲ୍‌ରେ ୫୦ହଜାର ଟିଙ୍କରିଂ ଲ୍ୟାବ୍ ଖୋଲିବା, ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ପାଇଁ ମେଡିକ୍ଲେମ୍, ପାଣ୍ଡୁଲିପି ସଂରକ୍ଷଣ ପାଇଁ ଜ୍ଞାନ ଭାରତମ୍ ମିସନ୍ ଭଳି ପଦକ୍ଷେପ ଘୋଷଣା କରାଯାଇଛି।

କ୍ରିଟିକାଲ୍‌ ମିନେରାଲ୍
ବୟନ ମେସିନ୍
ଏଲ୍‌ଇଡି, ଏଲ୍‌ସିଡି 
ଟିଭି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ମୋବାଇଲ୍‌ ଫୋନ୍, ବ୍ୟାଟେରି 
ଫ୍ରୋଜେନ୍ ଫିସ୍ ପେଷ୍ଟ, ଫିସ୍‌ ହାଇଡ୍ରୋଲାଇସେଟ୍‌
ଚମଡ଼ା ସାମଗ୍ରୀ
ହସ୍ତତନ୍ତ
ଜାହାଜ ନିର୍ମାଣ, ମରାମତି
ଇଣ୍ଟରଆକ୍ଟିଭ୍ ଫ୍ଲାଟ୍‌ 
ପ୍ୟାନେଲ୍‌ ଡିସ୍‌ପ୍ଲେ
ବୁଣା ହୋଇଥିବା 
ଫ୍ୟାବ୍ରିକ୍

୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

୨୦୨୫-୨୬ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତ ଓ ବେତନଭୋଗୀଙ୍କ ପାଇଁ ଆୟକରେ ବଡ଼ ରିହାତି ଦେଇଛନ୍ତି। ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ବୋଝ ରହିବ ନାହିଁ। ଅର୍ଥାତ୍‌ ନୂଆ ଟିକସ ବ୍ୟବସ୍ଥାରେ ମାସିକ ୧ ଲକ୍ଷ ଟଙ୍କା ଲେଖାଏଁ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ତେବେ ବେତନଭୋଗୀଙ୍କ ପାଇଁ ଏହି ସୀମା ୧୨ ଲକ୍ଷ ୭୫ ହଜାର ଟଙ୍କାକୁ ବୃଦ୍ଧି ପାଇବ। କାରଣ ସେମାନେ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସୁବିଧା ପାଇବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍‌ ଭାଷଣରେ କହିଛନ୍ତି। ଆୟକର ସ୍ଲାବ ଏବଂ ହାରରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି। ନୂଆ ଟିକସ ବ୍ୟବସ୍ଥାରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଆୟକର ଆଦାୟ ହେବନାହିଁ। 

ବିହାରକୁ ଅଜାଡ଼ି ଦେଲେ ପାଣ୍ଠି
ବୀମାରେ ୧୦୦% ଏଫ୍‌ଡିଆଇ
ଶସ୍ତା ହେବ ୩୬ଟି ଜୀବନ ରକ୍ଷାକାରୀ ଔଷଧ
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା
ଡାଲି ପାଇଁ ଆତ୍ମନିର୍ଭରତା ଅଭିଯାନ
ସ୍କୁଲ୍‌ରେ ୫୦ହଜାର ଅଟଳ ଟିଙ୍କରିଂ ଲ୍ୟାବ୍
ଅଣସଂଗଠିତ ଶ୍ରମିକଙ୍କୁ ପିଏମ୍ ଜନ ଆରୋଗ୍ୟ
ସହରାଞ୍ଚଳ ପାଇଁ ୧ ଲକ୍ଷ କୋଟିର ପାଣ୍ଠି
ପାଣ୍ଡୁଲିପି ସଂରକ୍ଷଣ ପାଇଁ ଜ୍ଞାନ ଭାରତମ୍ ମିସନ୍‌

ସେହିଭଳି ୪ ଲକ୍ଷରୁ ୮ ଲକ୍ଷ ଉପରେ ୫%, ୮ ଲକ୍ଷରୁ ୧୨ ଲକ୍ଷ ଉପରେ ୧୦%, ୧୨ ଲକ୍ଷରୁ ୧୬ ଲକ୍ଷ ଉପରେ ୧୫%, ୧୬ ଲକ୍ଷରୁ ୨୦ ଲକ୍ଷ ଉପରେ ୨୦%, ୨୦ ଲକ୍ଷରୁ ୨୪ ଲକ୍ଷ ଉପରେ ୨୫ ପ୍ରତିଶତ ଏବଂ ୨୪ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଆଦାୟ ‌ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ନୂଆ ଟିକସ ଢାଞ୍ଚାରେ ବାର୍ଷିକ ୧୨ ଲକ୍ଷ ରୋଜଗାର କରୁଥିବା ଜଣେ ବ୍ୟକ୍ତି ୮୦ ହଜାର ଟଙ୍କାର ଟିକସ ରିହାତି ପାଇବେ। ସେହିଭଳି ବାର୍ଷିକ ୧୮ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ୭୦ ହଜାର ଟଙ୍କାର ଟିକସ ରିହାତି ପାଇବେ। ସେହିଭଳି ବାର୍ଷିକ ୨୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ୧ ଲକ୍ଷ ୧୦ ହଜାର ଟଙ୍କାର ରିହାତି ପାଇବେ। ଆୟକର ସ୍ଲାବ୍ ଏବଂ ହାରରେ ଅଣାଯାଇଥିବା ଏହି ପରିବର୍ତ୍ତନ ଯୋଗୁ ସରକାରଙ୍କ ଉପରେ ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବୋଝ ପଡ଼ିବ। ସେହିଭଳି ପରୋକ୍ଷ ଟିକସ ବାବଦରେ ସରକାରଙ୍କୁ ୨୬୦୦ କୋଟି ଟଙ୍କାର ବୋଝ ବୋହିବାକୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୪ ମସିହା ପରଠାରୁ ନିଲ୍‌ ବା ଶୂନ ଟିକସ ସ୍ଲାବ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହାକୁ ୨୦୧୯ରେ ୫ ଲକ୍ଷ ଟଙ୍କାକୁ, ୨୦୨୩ରେ ୭ ଲକ୍ଷ ଟଙ୍କାକୁ ଏବଂ ବର୍ତ୍ତମାନ ଏହାକୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe