China fears Baloch rebel attacks: ବଲୁଚ ବିଦ୍ରୋହୀଙ୍କ ଆକ୍ରମଣରେ ଭୟଭୀତ ଚୀନ୍: ପାକିସ୍ତାନ ଆଗରେ ରଖିଲା ବଡ଼ ସର୍ତ୍ତ

Advertisment

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବୃଦ୍ଧି ପାଉଥିବା ହିଂସା ଚୀନ୍‌ର ଚିନ୍ତା ବଢ଼ାଇଛି। ଗତ ପାଞ୍ଚ ଦିନ ମଧ୍ୟରେ ବଲୁଚିସ୍ତାନରେ ବ୍ୟାପକ ହିଂସା ଘଟିଛି। ବିଦ୍ରୋହୀ ଗୋଷ୍ଠୀ ବିଏଲ୍‌ଏ ପାକିସ୍ତାନୀ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଟାର୍ଗେଟ କରି ଅପରେସନ୍ ହାରୋଫ୍ ଆରମ୍ଭ କରିଛି।

ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବୃଦ୍ଧି ପାଉଥିବା ହିଂସା ଚୀନ୍‌ର ଚିନ୍ତା ବଢ଼ାଇଛି। ଗତ ପାଞ୍ଚ ଦିନ ମଧ୍ୟରେ ବଲୁଚିସ୍ତାନରେ ବ୍ୟାପକ ହିଂସା ଘଟିଛି। ବିଦ୍ରୋହୀ ଗୋଷ୍ଠୀ ବିଏଲ୍‌ଏ ପାକିସ୍ତାନୀ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଟାର୍ଗେଟ କରି ଅପରେସନ୍ ହାରୋଫ୍ ଆରମ୍ଭ କରିଛି।

China fears Baloch rebel attacks

China fears Baloch rebel attacks Photograph: (sambad.in)

ଇସଲାମାବାଦ : ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ବୃଦ୍ଧି ପାଉଥିବା ହିଂସା ଚୀନ୍‌ର ଚିନ୍ତା ବଢ଼ାଇଛି। ଗତ ପାଞ୍ଚ ଦିନ ମଧ୍ୟରେ ବଲୁଚିସ୍ତାନରେ ବ୍ୟାପକ ହିଂସା ଘଟିଛି। ବିଦ୍ରୋହୀ ଗୋଷ୍ଠୀ ବଲୁଚ୍ ଲିବରେସନ୍ ଆର୍ମି(ବିଏଲ୍‌ଏ) ପାକିସ୍ତାନୀ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଟାର୍ଗେଟ କରି ଅପରେସନ୍ ହାରୋଫ୍ ଆରମ୍ଭ କରିଛି। ବଲୁଚିସ୍ତାନରେ ଏହି ହିଂସାକାଣ୍ଡରେ ଉଭୟ ପକ୍ଷର ୩୦୦ ରୁ ୪୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଉଛି।

ସୁରକ୍ଷା ଗ୍ୟାରେଣ୍ଟି ନେଇ ବଡ଼ ସର୍ତ୍ତ

ଏହାକୁ ନେଇ ଚୀନ୍‌ ଚିନ୍ତିତ କାରଣ ଗ୍ୱାଦର ଓ ବଲୁଚିସ୍ତାନରେ ଅନେକ ପ୍ରକଳ୍ପରେ ନିବେଶ କରାଯାଇଛି। ପ୍ରକଳ୍ପ ସ୍ଥାନରେ ଶହ ଶହ ଚୀନ୍ କର୍ମଚାରୀ ଓ ଇଞ୍ଜିନିୟର ରହୁଛନ୍ତି। ଚୀନ୍‌ ଭୟ କରୁଛି, କର୍ମଚାରୀମାନଙ୍କୁ ବିଦ୍ରୋହୀମାନେ ଟାର୍ଗେଟ୍ କରିପାରନ୍ତି। ଚୀନ୍‌ ପାକିସ୍ତାନ ସମ୍ମୁଖରେ ସୁରକ୍ଷା ଗ୍ୟାରେଣ୍ଟି ନେଇ ବଡ଼ ସର୍ତ୍ତ ରଖିଛି ବଲୁଚିସ୍ତାନରେ ଘନଘନ ଆକ୍ରମଣ ପରେ ଚୀନ୍‌ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛି । ଚୀନ୍‌ ନିଜର କର୍ମଚାରୀ ଓ ପ୍ରକଳ୍ପଗୁଡ଼ିକ ପାଇଁ ପାକିସ୍ତାନ ସରକାରଙ୍କଠାରୁ ସୁରକ୍ଷା ଗ୍ୟାରେଣ୍ଟି ଦାବି କରିଛି।

ଚୀନ୍ ପ୍ରକଳ୍ପର କାମ ବନ୍ଦ

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ପରିସ୍ଥିତି ଯୋଗୁ ଚୀନ୍ ଗ୍ୱାଦର ଓ ବଲୁଚିସ୍ତାନର ଅନେକ ସ୍ଥାନରେ କାମକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ଚୀନ୍ ଏହାର କର୍ମଚାରୀମାନଙ୍କୁ ଅନେକ ସ୍ଥାନରୁ ସ୍ଥାନାନ୍ତର କରିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗ୍ୱାଦରରେ ନିୟୋଜିତ ଚୀନ୍ ଟେକ୍ନିସିଆନ୍ ଓ ଇଞ୍ଜିନିୟରମାନଙ୍କୁ ସ୍ୱତନ୍ତ୍ର ବିମାନ ଦ୍ୱାରା ସ୍ଥାନାନ୍ତର କରାଯାଇଛି। ଚୀନ୍ ଦଳଇସଲାମାବାଦ କିମ୍ବା ଅନ୍ୟାନ୍ୟ ନିରାପଦ ସହରରେ ଅସ୍ଥାୟୀ ଭାବରେ ରହିବେ ବୋଲି କୁହାଯାଉଛି। ପାକିସ୍ତାନରେ ଚୀନ୍ ରାଷ୍ଟ୍ରଦୂତ ଜିଆଙ୍ଗ୍ ଜିଡୋଙ୍ଗ୍ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଇସଲାମାବାଦରେ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କୁ ଭେଟିଥିଲେ। ସେ ପ୍ରକଳ୍ପ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବା ପାଇଁ ଦୃଢ଼ ସୁରକ୍ଷା ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଇସାକ ଡାର ପାକିସ୍ତାନ ସରକାରଙ୍କ ପକ୍ଷରୁ ଚୀନ୍ କର୍ମଚାରୀ ଓ ପ୍ରକଳ୍ପର ସୁରକ୍ଷା ନେଇ ଆଶ୍ୱାସନା ଦେଇଥିଲେ। ତେବେ ଚୀନ୍ ବର୍ତ୍ତମାନ କାର୍ଯ୍ୟ ପୁଣି ଆରମ୍ଭ କରିବା ପାଇଁ ଅନୁକୂଳ ପରିସ୍ଥିତି ଦେଖୁନାହିଁ।

ଗ୍ୱାଦରରୁ କ୍ୱେଟା ପର୍ଯ୍ୟନ୍ତ ବିନାଶ ଘଟାଇଛନ୍ତି ବିଦ୍ରୋହୀ

ପାକିସ୍ତାନୀ ସେନାର ଶିବିରଗୁଡ଼ିକୁ ଟାର୍ଗେଟ କରି ବିଦ୍ରୋହୀ ଗୋଷ୍ଠୀ ବଲୁଚ ଲିବରେସନ୍ ଆର୍ମି ଅପରେସନ୍ ହାରୋଫ୍ ଆରମ୍ଭ କରିଛି। ଶନିବାରଠାରୁ ବଲୁଚିସ୍ତାନରେ ସାମରିକ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରାଯାଇଛି। ବିଦ୍ରୋହୀ ଓ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଜାରି ରହିଛି। ବଲୁଚିସ୍ତାନର ରାଜଧାନୀ କ୍ୱେଟା ଓ ପାକିସ୍ତାନ ପାଇଁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଗ୍ୱାଦର ବନ୍ଦର ନିକଟରେ ମଧ୍ୟ ଗୁଳିବିନିମୟ ହୋଇଛି।

ବଲୁଚ ବିଦ୍ରୋହୀଙ୍କୁ ହତ୍ୟା

ବଲୁଚ୍ ଲିବରେସନ୍ ଆର୍ମିର ଶୀର୍ଷ କମାଣ୍ଡରମାନେ ବ୍ୟକ୍ତିଗତ ଭାବରେ ଲଢ଼େଇକୁ ଓହ୍ଲାଇ ଅପରେସନ୍ ହାରୋଫ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଘୋଷଣା କରିଛନ୍ତି। ମାତୃଭୂମିକୁ ରକ୍ଷା କରିବା ପାଇଁ ଅଭିଯାନ କରାଯାଉଥିବା କୁହାଯାଇଛି। ପାକିସ୍ତାନୀ ସେନା ବିଦ୍ରୋହକୁ ଦମନ କରିବା ପାଇଁ ଅପରେସନ୍ ଚଳାଇଛି। ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଅନେକ ବଲୁଚ ବିଦ୍ରୋହୀଙ୍କୁ ପାକିସ୍ତାନୀ ସେନା ହତ୍ୟା କରିଛି।

ଆହୁରି ପଢ଼ନ୍ତୁ: US fighter jet: ଇରାନ ଡ୍ରୋନ୍‌କୁ ମାରି ଖସାଇଲା ଆମେରିକା ଲଢ଼ୁଆ ବିମାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe