ଫେବ୍ରୁଆରି ୨୪ଯାଏଁ ଜମ୍ମୁ ଓ କଶ୍ମୀରରେ ୩ଜି, ୪ଜି ଇଣ୍ଟର୍‌ନେଟ୍‌ ସେବା ନିଷିଦ୍ଧ

Advertisment
ଫେବ୍ରୁଆରି ୨୪ଯାଏଁ ଜମ୍ମୁ ଓ କଶ୍ମୀରରେ ୩ଜି, ୪ଜି ଇଣ୍ଟର୍‌ନେଟ୍‌ ସେବା ନିଷିଦ୍ଧ

Image Source: India Today

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରରେ ୩ଜି ଓ ୪ଜି ଇଣ୍ଟର୍‌ନେଟ୍‌ ସେବା ଉପରେ ଲାଗୁ ହୋଇଥିବା ନିଷେଧାଦେଶକୁ ଫେବ୍ରୁଆରି ୨୪ଯାଏଁ ବଢ଼ାଇ ଦିଆଯାଇଛି। ରବିବାର ଦିନ ଜମ୍ମୁ ଓ କଶ୍ମୀର ସରକାର ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

କିନ୍ତୁ, ୧୪୦୦ରୁ ଅଧିକ ‘ହ୍ଵାଇଟ୍‌ଲିଷ୍ଟ୍‍ େଓ୍ଵବ୍‌ସାଇଟ୍‌’ ପାଇଁ ୨ଜି ଇଣ୍ଟର୍‌ନେଟ୍‌ ସେବା ପୂର୍ବ ଭଳି ଚାଲୁ ରହିଛି।

୩ଜି ଓ ୪ଜି ସେବା ଉପରେ ଜାରି ହୋଇଥିବା ନିଷେଧାଦେଶ ଉପରେ ଜମ୍ମୁ ଓ କଶ୍ମୀର ସରକାର ସ୍ପଷ୍ଟିକରଣ ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଗୁଜବ ପ୍ରସାର କରି ଶାନ୍ତିଶୃଙ୍ଖଳା ଭଙ୍ଗ କରାଯାଉଥିବାରୁ ଏ ଭଳି ପଦକ୍ଷେପ ନିଆଯାଇଛି। ଇଣ୍ଟର୍‌ନେଟ୍‌ର ଅପବ୍ୟବହାର ନ କରିବାକୁ ମଧ୍ୟ ଏହି ନୋଟିସ୍‌ରେ କୁହାଯାଇଛି।

publive-image

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଧାରା ୩୭୦ ଉଚ୍ଛେଦ ସମୟରୁ ଜମ୍ମୁ ଓ କଶ୍ମୀରରେ ୫ ମାସରୁ ଅଧିକ ସମୟ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିଥିଲା। ଜାନୁଆରି ୨୪ ତାରିଖ ଠାରୁ ୨ଜି ଓ ପୋଷ୍ଟ୍‍ପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହୋଇଥିଲା। କିନ୍ତୁ, ଏହି ସେବା ଦ୍ୱାରା ମାତ୍ର ୩୦୧ଟି େଓ୍ଵବ୍‌ସାଇଟ୍‌ ଖୋଲି ହେଉଥିଲା। ସେତେବେଳେ ଏହି େଓ୍ଵବ୍‌ସାଇଟ୍‌ଗୁଡ଼ିକ ଜମ୍ମୁ ଓ କଶ୍ମୀର ପ୍ରଶାସନ ଦ୍ୱାରା ଅନୁମୋଦନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe