ସେପ୍ଟେମ୍ବରର ୩୦ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

Advertisment
ସେପ୍ଟେମ୍ବରର ୩୦ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର

Liberty Travel

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ଲକ୍ଷ ଅତିକ୍ରମ କରିଛି। ଏହା ସତ୍ତ୍ବେ ସାରା ଦେଶରେ ଲାଗିଥିବା ପ୍ରତିବନ୍ଧକକୁ ଧି‌ରେ ଧିରେ କ‌ୋହଳ କରିବାରେ ଲାଗିଛନ୍ତି କେନ୍ଦ୍ର ସରକାର। ଅନଲକ-୪ରେ ମେଟ୍ରୋ ଯାତାୟତ ଆରମ୍ଭ ପାଇଁ ଅନୁମତି ଦିଆଯାଇ ସାରିଥିବା ବେଳେ ଏବେ ବି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନଲକ-୩ରେ ଅଗଷ୍ଟ ୩୧ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏବେ ଏହି ପ୍ରତିବନ୍ଧକକୁ ସେପ୍ଟେମ୍ବରର ୩୦ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର। ବିଦେଶରେ ଫସି ରହିଥିବା ଲୋକମାନେ ଆଶା କରିଥିଲେ ଯେ, ଅନଲକ୍ ର ଚତୁର୍ଥ ପର୍ଯ୍ୟାୟରେ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିବେ, କିନ୍ତୁ ତାହା ହୋଇପାରି ନାହିଁ। ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ସରକାର ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି।

International flight services in India: Uncertainty looms as Coronavirus cases continue to surge - The Financial Express The Financial Express

ସୂଚନା ମୁତାବକ, କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅନ୍ତର୍ଜାତୀୟ କାର୍ଗୋ ବିମାନ ଓ ଡିଜିସିଏର ସ୍ବତନ୍ତ୍ର ଅନୁମତିରେ ଚଳାଚଳ କରୁଥିବା ବିମାନ ଉଡ଼ାଣ କ୍ଷେତ୍ରରେ ଏହି ନିୟମ ଲାଗୁହେବ ନାହିଁ ବୋଲି ସ୍ପଷ୍ଟ କରିଥିଲା ଡିଜିସିଏ। କରୋନା ମହାମାରୀ ପାଇଁ ଡିଜିସିଏ ମାର୍ଚ୍ଚ ୨୨ ତାରିଖରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ତେବେ ଆଜି ସୁଦ୍ଧା ବିଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ସ୍ବତନ୍ତ୍ରଭାବେ ୨୫୦୦ରୁ ଅଧିକ ବିମାନ ଚଳାଚଳ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe