ଏଣିକି ସରକାରୀ କାର୍ଯ୍ୟରେ ‘ଦଳିତ’ ଏବଂ ‘ହରିଜନ’ ଶବ୍ଦର ବ୍ୟବହାର ହେବ ନାହିଁ: କେରଳ ସରକାର

Advertisment
ଏଣିକି ସରକାରୀ କାର୍ଯ୍ୟରେ ‘ଦଳିତ’ ଏବଂ ‘ହରିଜନ’ ଶବ୍ଦର ବ୍ୟବହାର ହେବ ନାହିଁ: କେରଳ ସରକାର

କେରଳ: ଏଣିକି ସରକାରୀ କାର୍ଯ୍ୟରେ ‘ଦଳିତ’ ଏବଂ ‘ହରିଜନ’ ଶବ୍ଦର ବ୍ୟବହାର ଉପରେ କେରଳ ସରକାର ଅଙ୍କୁଶ ଲଗାଇଛନ୍ତି। ସରକାରଙ୍କ ପବ୍ଲିକ୍‌ ରିଲେସନ୍‌ ବିଭାଗ ଏନେଇ ଏକ ସର୍କୁଲାର୍‌ ଜାରି ମଧ୍ୟ କରିଛିନ୍ତି। ଯେଉଁଥିରେ ‘ଦଳିତ’ ଏବଂ ‘ହରିଜନ’ ଶବ୍ଦଗୁଡିକର ବ୍ୟବହାର ଉପରେ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗ ସର୍କୁଲାର ଜରିଆରେ ପ୍ରକାଶ, ସମସ୍ତ ସରକାରୀ ବିଭାଗ ନିଜ ଭିତରେ ଯୋଗାଯୋଗ କରିବା ସମୟରେ ଏହି ଶବ୍ଦ ବ୍ୟବହାର କରିବେ ନାହିଁ । ଏହା ପରିବର୍ତ୍ତେ ସିଡ୍ୟୁଲ୍‌ କାଷ୍ଟ (ଏସସି) ଏବଂ ସିଡ୍ୟୁଲ୍‌ ଟ୍ରାଇବ୍‌ (ଏସଟି) ଶବ୍ଦ ବ୍ୟବହାର କରିବେ । ଏପରିକି ସମସ୍ତ ସରକାରୀ ପବ୍ଲିକେସନ୍‌ ଏବଂ ସରକାରୀ ପ୍ରଚାର ସାମଗ୍ରୀରେ ମଧ୍ୟ ଦଳିତ ଏବଂ ହରିଜନ ଶବ୍ଦର ବ୍ୟବହାରରେ ଉପରେ ଅଙ୍କୁଶ ଲଗାଇବା ପାଇଁ ଅପିଲ୍‌ କରାଯାଇଛି ।

publive-image

ମିଳିଥିବା ଖବର ଅନୁଯାୟୀ , ସାମାଜିକ ଭେଦଭାବ ଦୂର କରିବା ପାଇଁ ଏପରି ଏକ ପଦକ୍ଷେପ ନେଇଛି ବିଭାଗ।କାରଣ ଆଜି ବି ଅନେକ ସ୍ଥାନରେ ଲୋକମାନେ ଭେଦଭାବର ଶିକାର ହେଉଛନ୍ତି ।

ତେବେ ସରକାରଙ୍କ ଏହି ପଦକ୍ଷେପକୁ ଗ୍ରହଣ କରିନାହାଁନ୍ତି ଦଳିତ ସଂଘ । ସେମାନଙ୍କ କହିବା ଅନୁଯାୟୀ ‘ଦଳିତ’ ଶବ୍ଦ ହିଁ ସେମାନଙ୍କୁ ସାମାଜିକ ଏବଂ ରାଜନୈତିକ ପରିଚୟ ଦେଇଥାଏ । ତେଣୁ ସରକାରଙ୍କ ଏହି ପଦକ୍ଷେପକୁ ଦୃଢ ବିରୋଧ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe