ଦୁନିଆରୁ ବିଲୋପ ହୋଇ ପାରେ କଦଳୀ

ଦୁନିଆରୁ ବିଲୋପ ହୋଇ ପାରେ କଦଳୀ

ନୂଆଦିଲ୍ଲୀ: ଗବେଷକମାନେ କହୁଛନ୍ତି ଯେ ଯଦି ଭୟାନକ କ୍ରାନ୍ତୀୟ ବେମାରି ‘ପାନାମା ରୋଗ’ ବିଶ୍ୱବ୍ୟାପୀ ମାଡ଼ିଯାଏ ତେବେ ଦୁନିଆରୁ କଦଳୀ ବଂଶ ଲୋପ ପାଇଯିବ।

ଏ ଭିତରେ ଏସିଆ, ଆଫ୍ରିକା, ମଧ୍ୟ ପ୍ରାଚ୍ୟ, ଅଷ୍ଟ୍ରେଲିଆ ଏବଂ କେନ୍ଦ୍ରୀୟ ଆମେରିକାରେ ‘ପାନାମା ରୋଗ’ ବ୍ୟାପୀ ସାରିଛି।

ଯଦି ଏହି ସଂକ୍ରମଣ ଦକ୍ଷିଣ ଆମେରିକାକୁ ବ୍ୟାପୀ ଯାଏ ସାରା ବିଶ୍ୱରେ ସାଧାରଣ କଦଳୀ ଭାବେ ବିକ୍ରି ହେଉଥିବା ଓ ଖିଆଯାଉଥିବା ‘କ୍ୟାଭେଣ୍ଡିସ୍‌ କଦଳୀ’ ବିଲୁପ୍ତ ହୋଇଯିବ।

କ୍ୟାଭେଣ୍ଡିସ୍‌ ପ୍ରଜାତିର କଦଳୀ ସବୁ ଗୁଣସୂତ୍ରର କ୍ଷେତ୍ରରେ ପରସ୍ପରର ସହ ସମାନ ହୋଇଥିବାରୁ ପାନାମା ରୋଗରେ ଆକ୍ରାନ୍ତ ହୋଇ ବିଲୁପ୍ତ ହୋଇ ଯିବ।

କିନ୍ତୁ, କଦଳୀ ବଂଶକୁ ବଞ୍ଚାଇ ପାରିବ ମାଡାଗାସ୍କାରର ଗୋଟିଏ ବିରଳ ପ୍ରଜାତିର କଦଳୀ ଗଛ। ଏହି ବଣୁଆ କଦଳୀରେ ରହିଛି ପାନାମା ରୋଗ ପ୍ରତିରୋଧକ ଶକ୍ତି।

ଦୁଇ ପ୍ରଜାତିର କଦଳୀ ସମିଶ୍ରଣରେ ଗୋଟିଏ ସଂକ୍ରମଣ ନିରୋଧୀ ହାଇବ୍ରିଡ୍‌ କିସମ କଦଳୀ ସୃଷ୍ଟି କରିବାକୁ ବୈଜ୍ଞାନିକମାନେ ତତ୍ପର ହୋଇ ଉଠିଛନ୍ତି। ଏବେ ମାତ୍ର ୫ଟି ମାଡାଗାସ୍କାରୀୟ ବଣୁଆ କଦଳୀଗଛ ଜୀବିତ ଅଛି।

ପାନାମା ରୋଗ ଖାଲି ଯେ କ୍ୟାଭେଣ୍ଡିସ୍‌ କଦଳୀକୁ ସଂକ୍ରମିତ କରେ ସେ କଥା ନୁହେଁ, ଦ୍ରୁତ ବେଗରେ ଗଛକୁ ମଧ୍ୟ ନିପାତ କରିଦିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe