ନୂଆଦିଲ୍ଲୀ: ବାରାଣାସୀରେ ଏକ ଯବାନ ପରିବାର ସହିତ ଦୁଃଖଦ ଘଟଣା ଘଟିଛି। ଅସୁସ୍ଥ ଝିଅର ଚିକିତ୍ସା ପାଇଁ ଛୁଟି ନେଇ ଆସିଥିବା ଯବାନଙ୍କ ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ ଯବାନଙ୍କ ନାମ ଚନ୍ଦନ ଯାଦବ ବୋଲି ଜଣାପଡ଼ିଛି।
ଅଧିକପଢ଼ନ୍ତୁ:ସୋନପୁର କଲେଜ ରାସ୍ତାରେ ଗଛରେ ପିଟିହେଲା ବାଇକ୍, ଗଞ୍ଜେଇ ଚାଲାଣକାରୀ ମୃତ
ସୂଚନାଯୋଗ୍ୟ, ଫୁଲପୁରର ନଥଇପୁର ବାସିନ୍ଦା ଶୋଭନାଥ ଯାଦବଙ୍କ ପୁଅ ଚନ୍ଦନ ଯାଦବ ଜମ୍ମୁ କଶ୍ମୀରର ରାଜୌରିରେ ନିୟୋଜିତ ଅଛନ୍ତି। ଦୁଇମାସର ଝିଅ ଅସୁସ୍ଥ ଥିବାରୁ ତାର ଚିକିତ୍ସା ପାଇଁ ଚନ୍ଦନ ଛୁଟି ନେଇ ଘରକୁ ଆସିଥିଲେ। ଘରକୁ ଆସି ଚନ୍ଦନ ସ୍ତ୍ରୀ ଓ ଝିଅଙ୍କୁ ଧରି ଅର୍ଦଲି ବଜାର ମହାବୀର ରୋଡସ୍ଥିତ ଶିଶୁ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇଥିଲେ।
ସେଠାରେ ଝିଅକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଶିଶୁର ଚିକିତ୍ସା ଚାଲିଥିବା ବେଳେ ବାପା ଚନ୍ଦନ ହସ୍ପିଟାଲ ବାହାରକୁ ଚା’ ପିଇବାକୁ ଯାଇଥିଲେ। ଦୋକାନ ସାମ୍ନାରେ ଛିଡ଼ା ହୋଇ ଚା’ ପିଉଥିବା ବେଳେ ହଠାତ ଚନ୍ଦନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ସେ ତଳେ ପଡ଼ିଯାଇଥିଲେ।
ଅଧିକପଢ଼ନ୍ତୁ:୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ଘଟଣାସ୍ଥଳରେ ଥିବା ଲୋକେ ତୁରନ୍ତ ଚନ୍ଦନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ଯବାନ ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଝିଅର ଚିକିତ୍ସା ପାଇଁ ଆସିଥିବା ସ୍ତ୍ରୀ ଅନ୍ତିମା ଅଚେତ ହୋଇପଡ଼ିଥିଲେ।
ମୃତ ଚନ୍ଦନ ୨୦୨୦ରେ ସେନାରେ ଯୋଗ ଦେଇଥିଲେ। ହଠାତ ଯବାନଙ୍କ ଏଭଳି ମୃତ୍ୟୁକୁ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି।