ଝଗଡ଼ା କରି ପତ୍ନୀ ବାପଘରକୁ ଯାଇ ନଫେରିବାରୁ ଜୀବନ ହାରିଦେଲେ ସ୍ବାମୀ

Advertisment
ଝଗଡ଼ା କରି ପତ୍ନୀ ବାପଘରକୁ ଯାଇ ନଫେରିବାରୁ ଜୀବନ ହାରିଦେଲେ ସ୍ବାମୀ

ବାନ୍ଦା: ଉତ୍ତରପ୍ରଦେଶସ୍ଥିତ ବାନ୍ଦାର ବବେରୁ ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ବିବାହର ଅଢେଇ ମାସ ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ତାଙ୍କ ଜୀବନ ହାରିବାର କାରଣ ଯୁବକଙ୍କ ପତ୍ନୀ ବୋଲି ଜାଣିବାକୁ ମିଳିଛି। ସ୍ତ୍ରୀ ବାପଘରକୁ ପଳାଇଯାଇ ଆଉ ନଫେରିବା କାରଣରୁ ମର୍ମାହତ ହୋଇ ଏପରି କରିଛନ୍ତି ଯୁବକ। ଶନିବାର ଦିନ ଏପରି ଘଟିଥିବା ବେଳେ ପୁଲିସ୍‌ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସଂପୃକ୍ତ ଅଞ୍ଚଳର ଲୋକଙ୍କ କହିବା ଅନୁସାରେ, ଯୁବକ ଜଣକ ନିଶା ପାନ କରୁଥିଲେ ଓ ଘର ଭିତରେ ଥିବ ସୁନାଗହଣା ସବୁ ବିକିବା ଆରମ୍ଭ କରି ଦେଇଥିଲେ। ଏହାକୁ ସ୍ତ୍ରୀ ବିରୋଧ କରୁଥିଲେ। ଏହି କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବରାବର ଝଗଡ଼ା ହେଉଥିଲା। ଏପରିକି ଯୁବକ ଜଣଙ୍କ ଦିନେ ମନ୍ଦିରରେ ତାଙ୍କ ସ୍ତ୍ରୀକୁ ମାରଧର ବି  କରିଥିଲେ।
ସ୍ବାମୀ ହାତ ଉଠାଇବାରୁ ସ୍ତ୍ରୀ ରାଗିଯାଇ ତାଙ୍କ ବାପଘରକୁ ଚାଲି ଯାଇଥିଲେ। ପରେ ସ୍ବାମୀ ଫୋନ୍‌ କରି ଯେତେ ବୁଝାଇଥିଲେ ବି ବୁଝିନଥିଲେ ସ୍ତ୍ରୀ। ଫୋନରେ ମଧ୍ୟ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା। ଯୁବକ ତାଙ୍କ ସ୍ତ୍ରୀକୁ ଘରକୁ ଡ଼ାକିଥିଲେ। କିନ୍ତୁ ସ୍ତ୍ରୀ ନଆସିବାରୁ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ପ୍ରାଥମିକ ତଦନ୍ତରୁ ଏହା ଏକ ପାରିବାରିକ ବିବାଦ ବୋଲି ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ସତ ଜଣାପଡ଼ିବ ବୋଲି ଡିଏସ୍‌ପି ରାକେଶ କୁମାର ସିଂହ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe