Image Source: India Today
ଶିରିଡ଼ି: ସାଇବାବାଙ୍କ ଜନ୍ମସ୍ଥାନ ବିଷୟରେ ମନ୍ତବ୍ୟ ଦେଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବିବାଦ ସୃଷ୍ଟି କରାଇବା ପରେ ରବିବାର ଦିନ ଶିରିଡ଼ି ସହର ବନ୍ଦ ରହିଛି। କିନ୍ତୁ ସାଇବାବା ମନ୍ଦିର ଖୋଲା ଥିବାରୁ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କ ଦର୍ଶନ ନିମନ୍ତେ ମନ୍ଦିରକୁ ଆସୁଛନ୍ତି।
ବନ୍ଦ ସତ୍ତ୍ୱେ ମନ୍ଦିର ଖୋଲା ରହିବ ବୋଲି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ୍ର ସିଇଓ ଦୀପକ ମୁଗାଲିକର୍ କହିଛନ୍ତି।
Image Source: Hindustan Timesପରଭାନି ଜିଲ୍ଲା ଅନ୍ତର୍ଗତ ପଥରି ସାଇବାବାଙ୍କ ଜନ୍ମସ୍ଥାନ ବୋଲି ଉଦ୍ଧବ ଠାକ୍ରେ କହିଥିଲେ। ଏହାର ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ମଞ୍ଜୁରି ଘୋଷଣା କରିବାରୁ ବିବାଦ ଆରମ୍ଭ ହୋଇଥିଲା। ଠାକ୍ରେ ନିଜର ବିବୃତି ପ୍ରତ୍ୟାହାର କରନ୍ତୁ ବୋଲି ଶିରିଡ଼ିର ସ୍ଥାନୀୟ ଅଧିବାସୀ ଏବଂ ନେତାମାନେ ଦାବି କରୁଛନ୍ତି।
ସାଇବାବା ସଂସ୍ଥାନ ଟ୍ରଷ୍ଟ୍ର ବି. ଓ୍ଵାକଚୌର କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ଗ୍ରାମବାସୀ କରିଥିବା ସଭାରେ ସ୍ଥିର ହୋଇଥିଲା ଯେ ରବିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଶିରିଡ଼ି ବନ୍ଦ ରହିବ। କିନ୍ତୁ, ସାଇବାବା ମନ୍ଦିର, ସାଇ ପ୍ରସାଦାଳୟ, ସାଇ ହସ୍ପିଟାଲ୍, ସାଇ ଭକ୍ତନିବାସ ଏବଂ ଔଷଧାଳୟ ଖୋଲା ରହିବ।
Follow Us