୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ : କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀକୁ ନିପାତ କଲା ସେନା

Advertisment
୨୪ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ : କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀକୁ ନିପାତ କଲା ସେନା

indiatoday

ଶ୍ରୀନଗର: ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍‌ ଭଟ୍ଟଙ୍କୁ ଗୁଳିମାରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ୩୬ ବର୍ଷିୟ ରାହୁଲ୍‌ ଗତ ୧୦ ବର୍ଷ ହେବ ବଡ୍‌ଗାମ୍‌ ଜିଲ୍ଲାରେ ଚାକିରି କରୁଥିଲେ। ତାଙ୍କୁ ହତ୍ୟା କରାଯିବାର ୨୪ ଘଣ୍ଟା ପରେ ଭାରତୀୟ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ସୁରକ୍ଷା ବାହିନୀ ତାଙ୍କ ପତ୍ନୀ ମୀନାକ୍ଷୀଙ୍କୁ ଦୁଇ ଦିନ ମଧ୍ୟରେ ଆତଙ୍କବାଦୀଙ୍କୁ ହତ୍ୟା କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ସେନା ନିଜର ପ୍ରତିଶ୍ରୁତି ପୂରଣ କରିଛି।

ଶୁକ୍ରବାର ସନ୍ଧ୍ୟାରେ ବାନ୍ଦିପୋରାରେ ସୁରକ୍ଷା ବାହିନୀ ଗୁଳିରେ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଦୁଇଜଣ ଆତଙ୍କବାଦୀ ରାହୁଲ ଭଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଆପଣା ସମ୍ପ୍ରଦାୟର ସୁରକ୍ଷା ଦାବି କରି ଗତକାଲି ସନ୍ଧ୍ୟା ବେ‌ଳ ଠାରୁ ଜମ୍ମୁ ଓ କଶ୍ମୀରର କେତେକ ପ୍ରାନ୍ତରେ କଶ୍ମୀରୀ ପଣ୍ଡିତମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହା ସହ ଏହି ହତ୍ୟାକୁ ବିରୋଧ କରି ୩୫୦ ଜଣ ସରକାରୀ କର୍ମଚାରୀ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ସମସ୍ତେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏହି ସମସ୍ତ କାଶ୍ମୀରୀ ପଣ୍ଡିତ ପ୍ରଧାନମନ୍ତ୍ରୀ ପ୍ୟାକେଜର କର୍ମଚାରୀ ଅଟନ୍ତି। ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ କଶ୍ମୀରରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରି ଇସ୍ତଫା ଦେଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe