ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରୁ ବଡ଼ ଖବର ଆସିଛି। ମୁମ୍ବାଇର ବାନ୍ଦ୍ରା ଟର୍ମିନାସ୍ ରେଳ ଷ୍ଟେସନରେ ଦଳାଚକଟା ଘଟିଛି। ଏଥିରେ ପ୍ରାୟ ୯ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ମୁତାବକ, ବାନ୍ଦ୍ରା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ ରେ ଭିଡ଼ ଜମିଥିବାରୁ ଏହି ଘଟଣା ଘଟିଛି।
ପଶ୍ଚିମ ରେଳର ସିଆରପିଓ ଭିନୀତ ଅଭିଷେକ କହିଛନ୍ତି ଯେ ଟ୍ରେନ୍ ନମ୍ବର ୨୨୯୨୧ ମୁମ୍ବାଇରୁ ଗୋରଖପୁର ପର୍ଯ୍ୟନ୍ତ ଚାଲିଥାଏ। ଏହି ଟ୍ରେନର ସମସ୍ତ କୋଚ୍ ସାଧାରଣ ଅର୍ଥାତ୍ ସଂରକ୍ଷିତ ନୁହେଁ। ଟ୍ରେନ୍ ୫ଟା ୧୫ରେ ଛାଡ଼ିବାର ଥିଲା, କିନ୍ତୁ ପାର୍ବଣ ଋତୁରେ ଏହା ସ୍ଥିର ହୋଇଥିଲା ଯେ ଟ୍ରେନ୍କୁ ୨-୩ ଘଣ୍ଟା ପୂର୍ବରୁ ପ୍ଲାଟଫର୍ମକୁ ଅଣାଯିବ ଯାହା ଦ୍ବାରା ଯାତ୍ରୀମାନେ ଆରାମରେ ଚଢ଼ିପାରିବେ। ତେବେ ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ମଧ୍ୟ ଲୋକମାନେ ଟ୍ରେନରେ ଚଢ଼ିବା ଆରମ୍ଭ କରିଥିଲେ। ଯେତେବେଳେ ଲୋକମାନେ ଏହା ଉପରେ ଚଢ଼ିବା ଆରମ୍ଭ କଲେ ଟ୍ରେନ୍ ସେତେବେଳେ ଚାଲୁଥିଲା। ଯେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ସିଆରପିଓ ଭିନୀତ ଅଭିଷେକ ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଏଥର ଆହୁରି ଅନେକ ଛୁଟିଦିନର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି। କେବଳ ମୁମ୍ବାଇରୁ ଦେଶର ବିଭିନ୍ନ ଷ୍ଟେସନକୁ ୮୭ଟି ଟ୍ରେନ୍ ଚଳାଚଳ କରୁଛି।
ଅଧିକ ପଢ଼ନ୍ତୁ:
ଖାମେନି ଅସୁସ୍ଥ,ଉତ୍ତରାଧିକାରୀଙ୍କୁ ନେଇ ପ୍ରଶ୍ନ ଉଠିଲା: ଦେଶର ପରବର୍ତ୍ତୀ ନେତା କିଏ ?
ହତ୍ୟା ମାମଲାରେ ଅଭିଯୁକ୍ତ ଜେଲ୍ରେ ରହିବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ
Follow Us