ବ୍ୟାଙ୍କକ୍ ସ୍କୁଲବସରେ ଭୀଷଣ ନିଆଁ,୨୫ ମୃତ

Advertisment

ଥାଇଲାଣ୍ଡର ବ୍ୟାଙ୍କକରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବା ସହ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ଥାଇଲାଣ୍ଡର ବ୍ୟାଙ୍କକରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବା ସହ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

thailand

ବ୍ୟାଙ୍କକ୍ : ଥାଇଲାଣ୍ଡର ବ୍ୟାଙ୍କକରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବା ସହ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

ପରିବହନ ମନ୍ତ୍ରୀ ସୁରିଆ ଘଟଣାସ୍ଥଳରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବସଟି କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ୪୪ ଜଣ ଯାତ୍ରୀ(ଛାତ୍ରଛାତ୍ରୀ ଓ ଶିକ୍ଷକ)ଙ୍କୁ ନେଇ ବ୍ୟାଙ୍କକ୍ ଅଭିମୁଖେ ଯାଉଥିବା ବେଳେ ମଧ୍ୟାହ୍ନରେ ରାଜଧାନୀର ଉତ୍ତର ଉପକଣ୍ଠ ପଥୁମ୍ ଥାନି ପ୍ରଦେଶରେ ନିଆଁ ଲାଗିଯାଇଥିଲା।

ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୁତିନ ଚେରନୱିରାକୁଲ କହିଛନ୍ତି ଯେ ଘଟଣାସ୍ଥଳରେ ତଦନ୍ତ ଶେଷ ହୋଇନଥିବାରୁ କର୍ତ୍ତୃପକ୍ଷ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ନିଶ୍ଚିତ କରିପାରି ନାହାନ୍ତି, କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ବଞ୍ଚିଥିବା ପିଲାମାନଙ୍କ ମଧ୍ୟରୁ କେତେକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ଥିବା ଜଣେ ଉଦ୍ଧାରକାରୀ କହିଛନ୍ତି ଯେ ଟାୟାର ଫାଟିବା ପରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଧକ୍କା ଦେଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ପୂରା ବସକୁ ଜଳୁଛି ଏବଂ ସେଥିରୁ କଳା ଧୂଆଁ ବାହାରୁଛି। ଛାତ୍ରଛାତ୍ରୀଙ୍କ ବୟସ ଓ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ଥିବା ଜଣେ ଉଦ୍ଧାରକାରୀ କହିଛନ୍ତି ଯେ ଟାୟାର ଫାଟିବା ପରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଧକ୍କା ଦେଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ସରକାରୀ ତଦନ୍ତ ରିପୋର୍ଟ ଆସିବା ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe