ଭାରତରୁ ୪ହଜାର କିମି ଦୂରରେ ଆସିବ ପ୍ରଳୟ, ଜଳରେ ବୁଡ଼ିଯିବ ସମଗ୍ର ସହର !

Advertisment
ଭାରତରୁ ୪ହଜାର କିମି ଦୂରରେ ଆସିବ ପ୍ରଳୟ, ଜଳରେ ବୁଡ଼ିଯିବ ସମଗ୍ର ସହର !

ବ୍ୟାଙ୍କ୍‌କକ: ପାଣିପାଗ ସହିତ ଜଡ଼ିତ ଥିବା ଏକ ଗମ୍ଭୀର ଚେତାବନୀ ସାମ୍ନାକୁ ଆସିଛି। ବ୍ୟାଙ୍କ୍‌କକ ଏକ ଦଶକ ଭିତରେ ଆଂଶିକ ଭାବେ ପାଣିରେ ବୁଡି ଯିବ। ତାପମାତ୍ରାରେ ବୃଦ୍ଧ, ପାଣିପାଗରେ ପରିବର୍ତ୍ତନ ହେତୁ ଧୀରେ ଧୀରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି। ବ୍ୟାଙ୍କ୍‌କକ ସମୁଦ୍ରତଟରୁ ପାଖାପାଖି ଦେଢ଼ ମିଟର ଅର୍ଥାତ୍‌ ପାଞ୍ଚ ଫୁଟ ଉଚ୍ଚରେ ରହିଛି। ଏହି କାରଣରୁ ସମୁଦ୍ର ଜଳସ୍ତର ବଢ଼ିଲେ ଏହି ସହରକୁ ଅଧିକ ବିପଦ ରହିଛି ବୋଲି କୁହାଯାଉଛି। ଏହା ବ୍ୟବତୀତ ଜକାର୍ତା ଓ ମନିଲା ଭଳି ଦକ୍ଷିଣ ଏସିଆର ସହରେ ଉପରେ ବି ବିପଦ ସଙ୍କେତ ଦେଖା ଦେଉଛି।

ଗ୍ରୀନପିସ୍‌ର ତାରା ବୁଆକାମସରି ମୁତାବିକ, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଭାରି ବର୍ଷା ଓ ଜଳବାୟୁରେ ପରିବର୍ତ୍ତନ ହେତୁ ୨୦୩୦ ସୁଦ୍ଧା ବ୍ୟାଙ୍କ୍‌କକର ପାଖାପାଖି ୪୦ ପ୍ରତିଶତ ସ୍ଥାନ ଜଳମଗ୍ନ ରହିବ। ବର୍ତ୍ତମାନ ଏହାର ରାଜଧାନୀ ପ୍ରତ୍ୟେକ ବର୍ଷ ଏକରୁ ଦୁଇ ସେଣ୍ଟିମିଟର ବୁଡି ଯାଉଛି ଓ ନିକଟ ଭବିଷ୍ୟତରେ ଭୀଷଣ ବନ୍ୟାର ଆଶଙ୍କା ବି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe