ବାଂଲାଦେଶ ବାୟୁସେନା ଘାଟି ଉପରେ ଆକ୍ରମଣ, ୧ ମୃତ

Advertisment

ବାଂଲାଦେଶର ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ ହୋଇଛି। କକ୍ସ ବଜାରର ସମିତି ପଡ଼ା ନିକଟରେ ଥିବା ବାୟୁସେନା ଘାଟିରେ ଏହି ଘଟଣା ଘଟିଛି। ବାଂଲା ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆକ୍ରମଣକାରୀ ନିହତ ହୋଇଛି ।

Updated On

ବାଂଲାଦେଶର ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ ହୋଇଛି। କକ୍ସ ବଜାରର ସମିତି ପଡ଼ା ନିକଟରେ ଥିବା ବାୟୁସେନା ଘାଟିରେ ଏହି ଘଟଣା ଘଟିଛି। ବାଂଲା ପୁଲିସର ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆକ୍ରମଣକାରୀ ନିହତ ହୋଇଛି ।

ଅଦ୍ୟତନ ହୋଇଛି
bangla

ଢାକା: ବାଂଲାଦେଶର ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ ହୋଇଛି। କକ୍ସ ବଜାରର ସମିତି ପଡ଼ା ନିକଟରେ ଥିବା ବାୟୁସେନା ଘାଟି ଉପରେ କେତେକ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି। ବାଂଲାଦେଶର ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ ପିଆର୍) ପକ୍ଷରୁ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।  ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆକ୍ରମଣକାରୀ ନିହତ ହୋଇଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ବାଂଲାଦେଶ ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଫେବ୍ରୁଆରି ୨୪ ତାରିଖ ସୋମବାର ଦିନ କିଛି ଦୁର୍ବୃତ୍ତ ହଠାତ୍ କକ୍ସ ବଜାରସ୍ଥିତ ବାଂଲାଦେଶ ବାୟୁସେନା (ବିଏଏଫ୍) ବେସ୍ ଉପରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ସମିତି ପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଟିବିଏସ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କକ୍ସ ବଜାରର ଡେପୁଟି କମିଶନର ମହମ୍ମଦ ସଲାହୁଦ୍ଦିନ କହିଛନ୍ତି ଯେ ଅପରାହ୍ନରେ ସ୍ଥାନୀୟ ଲୋକ ଏବଂ ବିଏଏଫ୍ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସଂଘର୍ଷର କାରଣ ଅନୁସନ୍ଧାନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଲାହୁଦ୍ଦିନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe