ବାଂଲାଦେଶ ହିନ୍ଦୁ ବିରୋଧୀ ହିଂସା: ୭୧ ମାମଲା ରୁଜୁ, ୪୫୦ ଗିରଫ

Advertisment
ବାଂଲାଦେଶ ହିନ୍ଦୁ ବିରୋଧୀ ହିଂସା: ୭୧ ମାମଲା ରୁଜୁ, ୪୫୦ ଗିରଫ

ଢାକା: ବାଂଲାଦେଶରେ ଦେଖାଯାଇଥିବା ହିନ୍ଦୁ ବିରୋଧୀ ହିଂସା ଘଟଣାରେ ବିଭିନ୍ନ ସ୍ଥାନରେ ୭୧ଟି ମାମଲା ରୁଜୁ କରାଯାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର କରିବା ଏବଂ ହିନ୍ଦୁ ମନ୍ଦିର, ପୂଜାମଣ୍ଡପ, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଉପରେ ଆକ୍ରମଣ କରିବା ଅଭିଯୋଗରେ ପ୍ରାୟ ୪୫୦ ଜଣଙ୍କୁ ଗିରଫ କରାଯାଇଛି। ସୋମବାର ପୁଲିସ ମୁଖ୍ୟାଳୟର ଏଆଇଜି ମହମ୍ମଦ କମରୁଜାମନ କହିଛନ୍ତି ଯେ, ତଦନ୍ତ ଜାରି ରହିଛି ଏବଂ ଆଗକୁ ଆହୁରି ଅଧିକ ଲୋକଙ୍କୁ ଗିରଫ କରାଯାଇପାରେ। ସତ ନ ବୁଝି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଥିବା କୌଣସି କଥାକୁ ବିଶ୍ବାସ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ବୋଲି କମରୁଜାମନ କହିଛନ୍ତି।

ସୂଚନାଯୋଗ୍ୟ, ଦଶହରା ସମୟରେ ପୂଜା ମଣ୍ଡପରେ କୋରାନକୁ ରଖି ଅପବିତ୍ର କରାଯାଇଥିବା ନେଇ ଗୁଜବ ପ୍ରଚାରିତ ହେବା ପରେ ମୁସଲମାନ ସମ୍ପ୍ରଦାୟ ଭିତରେ ଉତ୍ତେଜନା ଖେଳିଯାଇଥିଲା। ସେମାନେ ବହୁସଂଖ୍ୟାରେ ବିଭିନ୍ନ ପୂଜାମଣ୍ଡପ ଭଙ୍ଗାରୁଜା କରିବା ସହ ମନ୍ଦିରରେ ପଶି ମୂର୍ତ୍ତି ଭାଙ୍ଗିଥିଲେ ଓ ପୂଜକମାନଙ୍କୁ ଆକ୍ରମଣ କରିଥିଲେ। ଇସ୍କନ ମନ୍ଦିରରେ ପୂଜ୍ୟ ପ୍ରଭୁପାଦଙ୍କ ମୂର୍ତ୍ତି ଭାଙ୍ଗିବା ସହ ଧର୍ମଗ୍ରନ୍ଥ ପୋଡ଼ିଥିଲେ ଓ ଦୁଇ ଜଣ ଲୋକଙ୍କୁ ହତ୍ୟା କରିଥିଲେ। ଅକ୍ଟୋବର ୧୩ରେ ହିଂସା ଦମନ କରିବାକୁ ଯାଇ ଚାନ୍ଦପୁରର ହାଜିଗଞ୍ଜଠାରେ ପୁଲିସ ଗୁଳିରେ ଅନ୍ୟୂନ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୫ରେ ନୂଆଖାଲିର ଚଉମୁହାଣିଠାରେ ହିନ୍ଦୁ ମନ୍ଦିରରେ ଆକ୍ରମଣ କରାଯାଇଥିବା ବେଳେ ୨ ଜଣଙ୍କୁ ହତ୍ୟା କରାଯାଇଥିଲା। ରଙ୍ଗପୁରର ପୀରଗଞ୍ଜ ଉପଜିଲାଠାରେ ୨୦ ଜଣ ହିନ୍ଦୁଙ୍କ ଘର ଜାଳି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe