ଢାକା: ମହମ୍ମଦ ୟୁନୁସଙ୍କ ବିଦାୟ ପରେ, ବାଂଲାଦେଶ ସେନା ଭିତରେ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇଛି। ଏହି ପରିବର୍ତ୍ତନ ମାଧ୍ୟମରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ନୂଆ ସରକାରଙ୍କୁ ମଜବୁତ ଓ ସ୍ଥିର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସୂତ୍ର ଅନୁସାରେ ବଡ଼ ପରିବର୍ତ୍ତନର ଏକ ଅଂଶ ଭାବରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ନିକଟତର ବିବେଚିତ ଜେନେରାଲମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ପଦକ୍ଷେପ ବାଂଲାଦେଶ ସେନା ଉପରେ ତାରିକ ରହମାନଙ୍କ ପ୍ରଭାବକୁ ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି। ଏହା ସହିତ, ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ସହିତ ଜଡିତ ଅଧିକାରୀମାନଙ୍କୁ କୋଣଠେସା କରାଯାଇଛି।
ଅଧିକପଢ଼ନ୍ତୁ:ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍
ବାଂଲାଦେଶୀ ଖବରକାଗଜ ପ୍ରଥମ ଆଲୋର ୱେବସାଇଟ୍ ଅନୁଯାୟୀ, ସେନାର ଶୀର୍ଷ ସ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଦଳବଦଳ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ହେଉଛି ସେନା ମୁଖ୍ୟାଳୟରେ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ (ସିଜିଏସ୍)। ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ମଇନୁର ରହମାନଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ସେନା ତାଲିମ ଓ ଡକ୍ଟ୍ରିନ୍ କମାଣ୍ଡରେ କାର୍ଯ୍ୟ କରୁଥିଲେ।
ପୁରୁଣା ଅଧିକାରୀମାନଙ୍କୁ କୋଣଠେସା
ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାରରେ ସଶସ୍ତ୍ର ବାହିନୀ ଡିଭିଜନ(ଏଏଫ୍ଡି)ର ପ୍ରିନ୍ସିପାଲ ଷ୍ଟାଫ୍ ଅଫିସର ଭାବରେ କାର୍ଯ୍ୟ କରୁଥିବା ଲେଫ୍ଟନାଣ୍ଟ ଜେନେରାଲ ଏସ୍ଏମ୍ କାମରୁଲ ହାସନଙ୍କୁ ତାଙ୍କ ପଦବୀରୁ ଅବ୍ୟାହତି ଦିଆଯାଇଛି। ତାଙ୍କୁ ଏଏଫ୍ଡିରୁ ହଟାଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ରାଷ୍ଟ୍ରଦୂତ କରାଯାଇଛି। ୟୁନୁସଙ୍କ ଶାସନ କାଳରେ କାମରୁଲ ହାସନ ପାକିସ୍ତାନ ଗସ୍ତ କରିଥିବା ପ୍ରଥମ ଶୀର୍ଷ ଅଧିକାରୀ ଥିଲେ। ହାସନଙ୍କ ସ୍ଥାନ ୨୪ ପଦାତିକ ଡିଭିଜନର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ମେଜର ଜେନେରାଲ ମୀର ମୁଶଫିକୁର ରହମାନ ନେଇଛନ୍ତି। ତାଙ୍କୁ ଲେଫ୍ଟନାଣ୍ଟ ଜେନେରାଲ ପଦବୀକୁ ପଦୋନ୍ନତି ଦିଆଯାଇଛି ତଥା ସଶସ୍ତ୍ର ବାହିନୀ ଡିଭିଜନର ପ୍ରିନ୍ସିପାଲ ଷ୍ଟାଫ୍ ଅଫିସର କରାଯାଇଛି। ମୁଶଫିକୁର ରହମାନଙ୍କୁ ବିଏନ୍ପିର ନିକଟତର ବୋଲି ବିବେଚନା କରାଯାଏ।
ଭାରତରେ ଥିବା ବାଂଲାଦେଶ ଦୂତାବାସର ପ୍ରତିରକ୍ଷା ପରାମର୍ଶଦାତା ବ୍ରିଗେଡିୟର ଜେନେରାଲ ମହମ୍ମଦ ହାଫିଜୁର ରହମାନଙ୍କୁ ଫେରାଇ ନିଆଯାଇଛି। ତାଙ୍କୁ ମେଜର ଜେନେରାଲ ପଦବୀକୁ ପଦୋନ୍ନତି ଦିଆଯାଇଛି ତଥା ୫୫ତମ ପଦାତିକ ଡିଭିଜନର ଜିଓସି ଭାବରେ ନିଯୁକ୍ତ କରାଯାଇଛି। ୫୫ତମ ପଦାତିକ ଡିଭିଜନର ମେଜର ଜେନେରାଲ ଜେଏମ୍ ଇମଦାଦୁଲ ଇସଲାମଙ୍କୁ ପୂର୍ବ ବେଙ୍ଗଲ ରେଜିମେଣ୍ଟାଲ୍ ସେଣ୍ଟର (ଇବିଆର୍ସି)ର କମାଣ୍ଡାଣ୍ଟ ଭାବରେ ନିଯୁକ୍ତ କରାଯାଇଛି। ଇବିଆର୍ସିରେ ମଧ୍ୟ ନିଯୁକ୍ତ ମେଜର ଜେନେରାଲ ଫିରଦୌସ ମଲିକଙ୍କୁ ୨୪ତମ ପଦାତିକ ଡିଭିଜନର ଜିଓସି ଭାବରେ ନିଯୁକ୍ତ କରାଯାଇଛି।
ନୂଆ ସରକାରଙ୍କୁ ମଜବୁତ ଓ ସ୍ଥିର କରିବା ପାଇଁ ଲକ୍ଷ୍ୟ
ଏହା ସହିତ, ସେନାର ଗୁପ୍ତଚର ବିଭାଗ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପ୍ରଥମ ଆଲୋର ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ଗୁପ୍ତଚର ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଆଇ)ର ମହାନିର୍ଦ୍ଦେଶକ (ଡିଜି) ମହମ୍ମଦ ଜାହାଙ୍ଗୀର ଆଲମଙ୍କୁ ବୈଦେଶିକ ମନ୍ତ୍ରଣାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ, ବ୍ରିଗେଡିୟର ଜେନେରାଲ କାଇସର ରସିଦ ଚୌଧୁରୀଙ୍କୁ ମେଜର ଜେନେରାଲ ପଦବୀକୁ ପଦୋନ୍ନତି ଦିଆଯାଇଛି ତଥା ଡିଜିଏଫ୍ଆଇ ମହାନିର୍ଦ୍ଦେଶକ ଭାାବେ ନିଯୁକ୍ତ କରାଯାଇଛି। ଏହା ସାମରିକ ଗୁପ୍ତଚରୀରେ ସଂସ୍କାର ଓ ଆଭ୍ୟନ୍ତରୀଣ ବିପଦର ମୁକାବିଲା ପାଇଁ ଏକ ପ୍ରୟାସର ସଙ୍କେତ ଦେଉଥିବା କୁହାଯାଉଛି।
ଅଧିକପଢ଼ନ୍ତୁ:ଏନ୍ଏଚ୍-୪୫ରେ ବଡ଼ ଦୁର୍ଘଟଣା: ଶାହପୁରା ରେଳ ଓଭରବ୍ରିଜର ଦ୍ୱିତୀୟ ଅଂଶ ଭୁଶୁଡ଼ିଲା, ଦୁର୍ନୀତିର ପର୍ଦ୍ଦାଫାସ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/23/q3-302495-2026-02-23-14-38-51.jpeg)