ଭାରତ ଉପରେ ସୁଝେଇଲା ରାଗ: ୧୮୦ କୋଟି ଟଙ୍କାର ଚୁକ୍ତି ରଦ୍ଦ କଲା ବାଂଲାଦେଶ

Advertisment

ଭାରତର କ୍ରିୟା ପରେ ପ୍ରତିକ୍ରିୟା ପ୍ରକାଶ କଲା ବାଂଲାଦେଶ। ରଦ୍ଦ କଲା ୧୮୦ କୋଟି ଟଙ୍କାର ଚୁକ୍ତି । ପହଲଗାମ୍ ଆକ୍ରମଣ ପରେ, ପାକିସ୍ତାନକୁ ସମର୍ଥନ କରୁଥିବା ବାଂଲାଦେଶକୁ ହାତରେ ନ ମାରି ଭାତରେ ମାରିବାକୁ ରଣନୀତି କରୁଛି ଭାରତ।

ଭାରତର କ୍ରିୟା ପରେ ପ୍ରତିକ୍ରିୟା ପ୍ରକାଶ କଲା ବାଂଲାଦେଶ। ରଦ୍ଦ କଲା ୧୮୦ କୋଟି ଟଙ୍କାର ଚୁକ୍ତି । ପହଲଗାମ୍ ଆକ୍ରମଣ ପରେ, ପାକିସ୍ତାନକୁ ସମର୍ଥନ କରୁଥିବା ବାଂଲାଦେଶକୁ ହାତରେ ନ ମାରି ଭାତରେ ମାରିବାକୁ ରଣନୀତି କରୁଛି ଭାରତ।

ତୂିର,ରା ତିଜୂ

ନୂଆଦିଲ୍ଲୀ: ଭାରତର କ୍ରିୟା ପରେ ପ୍ରତିକ୍ରିୟା ପ୍ରକାଶ କଲା ବାଂଲାଦେଶ। ରଦ୍ଦ କଲା ୧୮୦ କୋଟି ଟଙ୍କାର ଚୁକ୍ତି । ପହଲଗାମ୍ ଆକ୍ରମଣ ପରେ, ପାକିସ୍ତାନକୁ ସମର୍ଥନ କରୁଥିବା ବାଂଲାଦେଶକୁ ହାତରେ ନ ମାରି ଭାତରେ ମାରିବାକୁ ରଣନୀତି କରୁଛି ଭାରତ। ଆଉ ଏହାର ପ୍ରତିକ୍ରିୟା ସ୍ୱରୂପ ଏବେ ଭାରତ ଉପରେ ରାଗରେ ଗରଗର ହେଇ ୧୮୦ କୋଟି ଟଙ୍କାର ଡିଲକୁ ରଦ୍ଦ କରିଦେଇଛି ବାଂଲାଦେଶ ୟୁନୁସ୍ ସରକାର। 

ମିଳିଥିବା ସୂଚନା ମୁତାବକ, ବାଂଲାଦେଶର ୟୁନୁସ୍ ସରକାର କୋଲକାତା ସ୍ଥିତ ଜାହଜ ନିର୍ମାତା କମ୍ପାନି ଗାର୍ଡେନ୍ ରିଚ୍ ସିପବିଲର୍ଡସ୍ ଆଣ୍ଡ୍ ଇଞ୍ଜିନିୟର୍ସ ଲିମିଟେଡ୍ (ଜିଆର୍‌ଏସ୍‌ଇ) ସହ କରିଥିବା ୧୮୦.୨୫ କୋଟି ଟଙ୍କାର ଡିଲକୁ ରଦ୍ଦ କରିଦେଇଛି । ଏନେଇ ବୁଧବାର ଷ୍ଟକ୍ ଏକ୍ସଚେଞ୍ଜକୁ କମ୍ପାନି ସୂଚନା ଦେଇ କହିଛି ଯେ, ପିପୁଲ୍ସ ରିପବ୍ଲିକ୍ ଅଫ୍ ବାଂଲାଦେଶର ସରକାର ଅର୍ଡରକୁ ରଦ୍ଦ କରିଦେଇଛି ।

ଏହି କମ୍ପାନି ବାଂଲାଦେଶ ପାଇଁ ଏକ ଉନ୍ନତଧରଣର ଜାହାଜ ତିଆରି କରିବା ପାଇଁ ଚୁକ୍ତି କରିଥିଲା । ହେଲେ ଭାରତ ସହ ସମ୍ପର୍କ ଖରାପ ହେବା କାରଣରୁ ବାଂଲାଦେଶ ସରକାର ଏହି ଚୁକ୍ତିକୁ ବାତିଲ କରିଦେଇଛନ୍ତି । ଏହାପୂର୍ବରୁ ବାଂଲାଦେଶକୁ ପାନେ ଦେବାକୁ ଭାରତର ମୋଦୀ ସରକାର ନେଇଥିଲେ ବଡ଼ ଆକ୍ସନ । ୟୁରୋପ ଏବଂ ମଧ୍ୟପ୍ରାଚ୍ୟକୁ ଯାଉଥିବା ବାଂଲାଦେଶର ଜାହାଜଗୁଡ଼ିକୁ କେବଳ ସି-ପୋର୍ଟରେ ରହିବାକୁ ଅନୁମତି ଦେଇଥିଲ ଭାରତ । ଏହାବାଦ ସ୍ଥଳପଥରେ ଥିବା ବନ୍ଦରରେ ଅଟକିବାକୁ ଭାରତ ଅନୁମତି ଦେଇଥିଲା । ଯାହାଫଳରେ ବାଂଲାଦେଶର ପାଖପାଖି ୯ ହଜାର କୋଟିରୁ ଅଧିକ କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe