ମ୍ୟାଚ ସମୟ‌ରେ ହୃଦଘାତର ଶିକାର ହେଲେ କ୍ରିକେଟର

Advertisment

ଢାକା ପ୍ରିମିୟର ଲିଗରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ଏବଂ ସିନେପୁକୁର କ୍ରିକେଟ୍ କ୍ଲବର ଦଳ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ତମିମ ଇକବାଲ ହୃଦଘାତର ଶିକାର ହୋଇଥିଲେ। 

ଢାକା ପ୍ରିମିୟର ଲିଗରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ଏବଂ ସିନେପୁକୁର କ୍ରିକେଟ୍ କ୍ଲବର ଦଳ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ତମିମ ଇକବାଲ ହୃଦଘାତର ଶିକାର ହୋଇଥିଲେ। 

w2e

ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ମ୍ୟାଚ୍ ଖେଳୁଥିବା ସମୟରେ ହୃଦଘାତ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତମିମ ଇକବାଲ ଢାକା ପ୍ରିମିୟର ଲିଗ୍ (ଡିପିଏଲ)ରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ପାଇଁ ଖେଳୁଥିଲେ। ଢାକା ପ୍ରିମିୟର ଲିଗରେ ମୋହମ୍ମଦନ୍ ସ୍ପୋର୍ଟିଂ କ୍ଲବ ଏବଂ ସିନେପୁକୁର କ୍ରିକେଟ୍ କ୍ଲବର ଦଳ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ତମିମ ଇକବାଲ ହୃଦଘାତର ଶିକାର ହୋଇଥିଲେ। 

ଫିଲ୍ଡିଂ କରିବା ସମୟରେ ତମିମ୍ ଇକବାଲ୍ ଅସହଜ ଅନୁଭବ କରିବା ଆରମ୍ଭ କରିଥିଲେ, ଏହାପରେ ତାଙ୍କୁ ଫଜିଲାତୁନେଶା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇକବାଲଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ କିପରି ଅଛି ସେନେଇ ଖବର ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ରିପୋର୍ଟ ମିଳି ପାରି ନଥିଲ`
 

ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଡାକ୍ତର ଦେବାଶିଷ ଚୌଧୁରୀ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି, ‘ ତମିମ୍ ଇକବାଲ୍ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ମାତ୍ରେ ତାଙ୍କୁ ହସ୍ପିଟାଲ ନେବା ପାଇଁ ଏକ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିଲା। ’

୫୦ ଓଭର ମ୍ୟାଚର ପ୍ରଥମ ଇନିଂସରେ ତମିମ୍ ଛାତିରେ ଯନ୍ତ୍ରଣା ହେଉଥିବା କହିବା ପରେ ତୁରନ୍ତ ଡାକ୍ତରୀ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି କ୍ରିକେଟରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ହସ୍ପଟାଲ ନେବାର ବନ୍ଦୋବସ୍ତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe