14 people deported Photograph: (sambad.in)
କୋଲକାତା: ପୁଣି ଥରେ ଭାରତ ଫେରିବାକୁ ଆକୁଳ ନିବେଦନ କରିଛନ୍ତି ନିକଟରେ ବାଂଲାଦେଶ ନିର୍ବାସିତ ହୋଇଥିବା ୧୪ ଜଣ ଲୋକ। ସେମାନଙ୍କ ମଧ୍ୟରେ ୬୫ ବର୍ଷୀୟ ଅଲକନ ବିବି ଅଛନ୍ତି। ଅଲକନ ବିବି ଓ ତାଙ୍କ ସ୍ବାମୀ ଶେଖ ଜବ୍ବାର ଏବଂ ୧୪ ଜଣଙ୍କୁ ଡିସେମ୍ବର ୮ରେ ଓଡ଼ିଶା ପୁଲିସ ଅଟକ ରଖିଥିଲା। ସେମାନେ ସପ୍ତାହ ସପ୍ତାହ ଧରି ପୁଲିସ ହେପାଜତରେ ରହିବା ପରେ ଡିସେମ୍ବର ୨୬ରେ ସେମାନଙ୍କୁ ବାଂଲାଦେଶ ପଠାଯାଇଥିଲା। ଅଲକନ ବିବିଙ୍କ ପରିବାରକୁ ପଶ୍ଚିମବଙ୍ଗର ନଦିୟା ଜିଲ୍ଲା ଦେଇ ବାଂଲାଦେଶ ନିର୍ବାସିତ କରାଯାଇଥିଲା।
ସମ୍ପର୍କୀୟଙ୍କୁ ଫୋନ କରି ଜଣାଇଲେ ଦୁଃଖ
ଅଲକନ ବିବି ବାଂଲାଦେଶରୁ ନିଜର ସମ୍ପର୍କୀୟଙ୍କୁ ଫୋନ କରି ସହାୟତା କରିବାକୁ ନିବେଦନ କରିଛନ୍ତି। ପୁଲିସ ସେମାନଙ୍କୁ ମାଡ଼ ମାରି ଜୋରଜବରଦସ୍ତ ବାଂଲାଦେଶ ପଠାଇ ଦେଇଥିବା ବୃଦ୍ଧ ମହିଳା ଜଣକ ଅଭିଯୋଗ କରିଛନ୍ତି। ଆମ ପାଖରେ ନା କିଛି ଖାଇବା ଓ ପିଇବାକୁ ଅଛି , ନା ରହିବାକୁ ଘର ଅଛି ବୋଲି ଅଲକନ୍ ବିବି କହିଛନ୍ତି। ଆମକୁ ଏଠାରୁ ନେଇଯାଅ, ନହେଲେ ଆମେ ମରିଯିବୁ। ମୋ ପିଲା ମୋ ପାଖରେ ନାହାନ୍ତି ବୋଲି ଅଲକାନ ବିବି କହିଥିଲେ।
୯ ଜଣ ଲୋକ ବାଂଲାଦେଶର ସିଲହଟ୍ରେ ଅଛନ୍ତି
ଅଲକନ ବିବିଙ୍କ ସମ୍ପର୍କୀୟ କହିଛନ୍ତି ନିର୍ବାସିତଙ୍କ ପାଖରେ ବାଂଲାଦେଶର କୌଣସି କାଗଜପତ୍ର ନଥିବାରୁ ବାଂଲାଦେଶ ସୁରକ୍ଷାକର୍ମୀ ସେମାନଙ୍କୁ ଭାରତ ପଠାଇ ଦେଇଥିଲେ। କିନ୍ତୁ ବିଏସ୍ଏଫ୍ ସେମାନଙ୍କୁ ତଡ଼ି ଦେଇଥିଲା। ଏପରି ସମସ୍ୟା ଭିତରେ ପରିବାରଠାରୁ ୫ ଜଣ ସଦସ୍ୟ ଅଲଗା ହୋଇଯାଇଛନ୍ତି। ୯ ଜଣ ଲୋକ ବାଂଲାଦେଶର ସିଲହଟ୍ରେ ଅଛନ୍ତି। ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ରହୁଥିବା ଜବ୍ବାରଙ୍କ ଭଉଣୀ ରାହିମା ସେମାନଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ଲଢ଼ୁଛନ୍ତି। ରାହିମା କହିଛନ୍ତି, ତାଙ୍କ ତିନି ଭାଇଙ୍କ ପରିବାର ଅନେକ ଦଶନ୍ଧି ହେଲା ଓଡ଼ିଶାରେ ରହିଆସୁଛନ୍ତି। ସେମାନେ ସେଠାକାର ପଞ୍ଜିକୃତ ଭୋଟର ମଧ୍ୟ। ଆଧାର କାର୍ଡ଼, ରାସନ କାର୍ଡ଼ ସହିତ ଜମିଜମା କାଗଜପତ୍ର ମଧ୍ୟ ସେମାନଙ୍କର ରହିଛି। ଏହାସତ୍ତ୍ବେ ପୁଲିସ ସେମାନଙ୍କୁ ଅନୁପ୍ରବେଶକାରୀ କହି ତଡ଼ି ଦେଇଛି। ତେବେ ପୁଲିସ ଏ ବିଷୟରେ କୌଣସି ପ୍ରତିକ୍ରିୟା ରଖିନାହିଁ।
ଆହୁରି ପଢ଼ନ୍ତୁ: Sex racket in USA: ଆମେରିକାରେ ସେକ୍ସ ଓ ଡ୍ରଗ୍ ରାକେଟ ଚଳାଉଥିବା ଭାରତୀୟ ବଂଶୋଦ୍ଭବ ଦମ୍ପତି ଗିରଫ
Follow Us