ଚୀନ୍ ଋଣ ଜାଲ ପ୍ରତି ସତର୍କ କଲେ ବାଲାଂଦେଶ ଅର୍ଥମନ୍ତ୍ରୀ

Advertisment
ଚୀନ୍ ଋଣ ଜାଲ ପ୍ରତି ସତର୍କ କଲେ ବାଲାଂଦେଶ ଅର୍ଥମନ୍ତ୍ରୀ

Swarajya

ନୂଆଦିଲ୍ଲୀ : ବେଲ୍‌ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍ (ବିଆର୍‌ଆଇ) ଅଧୀନରେ ଚୀନ୍‌ରୁ ଋଣ ନେଉଥିବା ବିକାଶଶୀଳ ଦେଶଗୁଡ଼ିକୁ ବାଲାଂଦେଶ ଅର୍ଥମନ୍ତ୍ରୀ ମୁସ୍ତାଫା କମଲ ସତର୍କ କରାଇଛନ୍ତି। ଋଣ ନେବା ପୂର୍ବରୁ ଦୁଇ ଥର ଚିନ୍ତା କରିବାକୁ ସେ ପରାମର୍ଶ ଦେଇଛନ୍ତି। କାରଣ ଏହି ଋଣ ଦେଶକୁ ଗଭୀର ସଙ୍କଟରେ ପକାଇବାର ଆଶଙ୍କା ରହିଛି।

ଫାଇନାନ୍ସିଆଲ ଟାଇମ୍‌ସକୁ ସାକ୍ଷାତକାର ଦେବା ବେଳେ ଶ୍ରୀଲଙ୍କା ସଙ୍କଟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ମୁସ୍ତାଫା ଏହା କହିଛନ୍ତି। ଚୀନ୍‌ଠାରୁ ଋଣ ନେଇଥିବା ଶ୍ରୀଲଙ୍କା ଓ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ବାଲାଂଦେଶ ଅର୍ଥନୀତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ପାଣ୍ଠି ପାଇଁ ଏହି ଦେଶ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌)କୁ ଗୁହାରି କରିଛି। ବାଲାଂଦେଶ ଉପରେ ଚୀନ୍‌ର ୪୦୦ କୋଟି ଡଲାର ଋଣ ବାକି ଅଛି। ଆଇଏମ୍‌ଏଫ୍‌କୁ ପାଣ୍ଠି ମଗାଯାଇଥିଲେ ମଧ୍ୟ ଶ୍ରୀଲଙ୍କା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe