bangladesh Photograph: (sambad.in)
ନୂଆଦିଲ୍ଲୀ/ଢାକା: ବାଂଲାଦେଶରେ ହୋଇଥିବା ହିଂସା ସମୟରେ ହିନ୍ଦୁମାନଙ୍କ ଉପରେ ବ୍ୟାପକ ଆକ୍ରମଣ ହୋଇଥିଲା। ଶେଖ୍ ହସିନା ଦେଶ ଛାଡିବା ପରେ ଏହି ଆକ୍ରମଣଗୁଡ଼ିକ ବୃଦ୍ଧି ପାଇଥିଲା। ଗୋଟିଏ ବର୍ଷ ପରେ ମଧ୍ୟ ଏହି ହିଂସାରେ ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ଦିଆଯାଇ ନାହିଁ। ଜଣେ ହିନ୍ଦୁ ପୁଲିସ ଅଧିକାରୀଙ୍କୁ ହତ୍ୟା କରି ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ବାଂଲାଦେଶୀ ନେତା ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି।
ରିପୋର୍ଟ ଅନୁସାରେ, ସେ ଭିସା ପାଇଁ ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ପର୍ତ୍ତୁଗାଲ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୪ ମସିହାରେ, ବାଂଲାଦେଶ ପୁଲିସ ଅଧିକାରୀ ସନ୍ତୋଷ ଶର୍ମାଙ୍କୁ ହତ୍ୟା କରାଯାଇଥିଲା। ଭାରତ ବିରୋଧୀ ଓ ହିନ୍ଦୁ ହତ୍ୟାକାରୀ ନେତା ଅହମ୍ମଦ ରେଜା ହାସନ ମେହେଦି ଦିଲ୍ଲୀରେ ଅଛନ୍ତି। ବାଂଲାଦେଶରେ ହିନ୍ଦୁମାନଙ୍କୁ ନିର୍ଯାତନା ଦେଉଥିବା ସେ ଜଣେ ମୌଳବାଦୀ ନେତା। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୫ ତାରିଖରେ ହବିଗଞ୍ଜର ବାନିଆଚୋଙ୍ଗ ପୁଲିସ ଷ୍ଟେସନରେ ଏକ ଭୟଙ୍କର ହତ୍ୟାକାଣ୍ଡ ଘଟିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ପ୍ରଥମେ ସେମାନେ ସମସ୍ତ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, କିନ୍ତୁ ସେନା ସେମାନଙ୍କୁ ଏପରି କରିବାକୁ ବାରଣ କରିଥିଲା। ଘଣ୍ଟା ଘଣ୍ଟା ଆଲୋଚନା ପରେ, ସେନା ପଚାଶରୁ ଅଧିକ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା, କିନ୍ତୁ ଜଣେ ଏସ୍ଆଇଙ୍କୁ ପୁଲିସ ଷ୍ଟେସନ ଭିତରେ ଉତ୍ତ୍ୟକ୍ତ ଜନତା ପିଟି ପିଟି ହତ୍ୟା କରିଥିଲେ।
ଜୁଲାଇ ୨୦୨୪ରେ, ବାଂଲାଦେଶରେ ଛାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିବାଦ ହିଂସାତ୍ମକ ହୋଇଥିଲା। ଶେଖ ହାସିନାଙ୍କ ପୁଲିସ ଏହାକୁ ଦମନ କରିବା ପାଇଁ ରବର ଗୁଳି, ଜୀବନ୍ତ ଗୁଳି, ଲୁହବୁହା ଗ୍ୟାସ୍ ଓ ଷ୍ଟନ୍ ଗ୍ରେନେଡ୍ ବ୍ୟବହାର କରିଥିଲା। ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ,୧୫ ଜୁଲାଇରୁ ୫ ଅଗଷ୍ଟ ୨୦୨୪ ମଧ୍ୟରେ ପ୍ରାୟ ୧,୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ଲୋକ ଆହତ ହୋଇଥିଲେ। ଆହତ ଏବଂ ମୃତକଙ୍କ ଛୋଟ ପିଲା ମଧ୍ୟ ଥିଲେ।
ହିଂସା ବୃଦ୍ଧି ପାଇବା ପରେ, ଶେଖ୍ ହାସିନା ୫ ଅଗଷ୍ଟ ୨୦୨୪ରେ ଇସ୍ତଫା ଦେଇ ଭାରତ ପଳାଇୟନ କରିଥିଲେ। ଏହା ଜୁଲାଇ ବିପ୍ଳବ କିମ୍ବା ଜେନ ଜେଡ୍ ବିପ୍ଳବ ଭାବରେ ଜଣାଶୁଣା। ଏହି ଘଟଣା ବାଂଲାଦେଶରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଆଣିଛି। ଏବେ ଦେଶରେ ବିଏନ୍ପି ନେତା ତାରିକ ରହମାନଙ୍କ ସରଗାର ଗଠନ ହୋଇଛି।
Follow Us