ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଦେଖୁଛି। ବିଶେଷ କରି ଜଣେ ହିନ୍ଦୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଏବେ ସାରା ବିଶ୍ବକୁ ଥରାଇ ଦେଇଛି। ବାଂଲାଦେଶରେ ଦୀପୁ ଚନ୍ଦ୍ର ଦାସଙ୍କୁ ଦଙ୍ଗାକାରୀମାନେ ପିଟି ପିଟି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ଉଲଗ୍ନ ଗଛରେ ଟଙ୍ଗାଇଥିଲେ ଏବଂ ଜାଳି ଦେଇଥିଲେ। ଏହାର ଅନେକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ବିଭିନ୍ନ ଦେଶ ନିନ୍ଦା କରିଥିବା ବେଳେ ଏବେ ରୁଷ୍ ଘଟଣାକୁ ତୀବ୍ର ନିନ୍ଦା କରିଥିବା ଜଣାପଡ଼ିଛି। ବାଂଲାଦେଶରେ ରୁଷ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଗ୍ରିଗୋରିଭିଚ୍ ଖୋଜିନ୍ ଢାକାକୁ ଭାରତ ସହିତ ଉତ୍ତେଜନା ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। 

Advertisment

ସେ କହିଛନ୍ତି, "ଆମେ ପରିସ୍ଥିତି ଉପରେ ନଜର ରଖିଛୁ। କାରଣ ଏହା ଉଭୟ ଦେଶ ଏବଂ ସମଗ୍ର ଅଞ୍ଚଳ, ଏପରିକି ଦକ୍ଷିଣ ଏସିଆ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପରିସ୍ଥିତିର ସମାଧାନ ନହେଲେ ସମସ୍ତଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ।"

କ’ଣ କହିଛନ୍ତି ରୁଷ ରାଷ୍ଟ୍ରଦୂତ? 

ରୁଷ ରାଷ୍ଟ୍ରଦୂତ କହିଛନ୍ତି ଯେ, ଉଭୟ ପକ୍ଷ ଏହି ଉତ୍ତେଜନାକୁ ଯଥାଶୀଘ୍ର କମ କରିବା ପାଇଁ ଉପାୟ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଆମେ ଆମର ପଡ଼ୋଶୀମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିପାରିବୁ ନାହିଁ। ଉଭୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ଭାରତ ସହିତ ଯେତେ ଶୀଘ୍ର ସମ୍ପର୍କ ସୁଧୁରିବ, ସେତେ ଭଲ। କାରଣ ୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନତା ପାଇଥିଲା। ଭାରତର ସହଯୋଗରେ ଏହା ସମ୍ଭବ ହୋଇଥିଲା। ରୁଷର ମଧ୍ୟ ବଡ଼ ଅବଦାନ ରହିଛି। ଭାରତ, ବାଂଲାଦେଶ ଏବଂ ରୁଷ କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି।"

ଆହୁରି ପଢ଼ନ୍ତୁ: Emergency Healthcare:୧୫୦ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କ’ଣ କହିଥିଲେ ଆମେରିକୀୟ ସାଂସଦ?

ଇଲିନାୟର ଡେମୋକ୍ରାଟିକ୍ କଂଗ୍ରେସ ସଦସ୍ୟ ରାଜା କୃଷ୍ଣମୂର୍ତ୍ତି ଏହି ଘଟଣାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, "ବାଂଲାଦେଶରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଟାର୍ଗେଟ୍ କରି ଭିଡ଼ ହତ୍ୟା କରିବା ଖବର ଶୁଣି ମୁଁ ସ୍ତବ୍ଧ। ଏହା ଗ୍ରହଣୀୟ ନୁହେଁ। ପୁଲିସ କିଛିଜଣଙ୍କୁ ଗିରଫ କରିଛି। କିନ୍ତୁ ବାଂଲାଦେଶ ସରକାର ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ତଦନ୍ତ କରିବା ଉଚିତ। ହତ୍ୟା ପାଇଁ ଦାୟୀ ଦୋଷୀଙ୍କୁ ଆଇନ ଅନୁଯାୟୀ ଯଥାସମ୍ଭବ କଠୋର ଦଣ୍ଡ ଦିଆଯିବା ଉଚିତ।" ସେ ହିନ୍ଦୁ ସମ୍ପ୍ରଦାୟ ସମେତ ଅନ୍ୟ ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ହିଂସାରୁ ରକ୍ଷା କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: Smartphones Banned For Women : ରାଜସ୍ଥାନର ଜାଲୋରରେ ଝିଅ-ବୋହୂଙ୍କୁ କ୍ୟାମେରା ଫୋନ ମନା