କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା

କୋଲାକାତା: ବାଂଲାଦେଶର ଶାସକ ଅାୱାମି ଲିଗ୍‌ ପାର୍ଟିର ଜଣେ ସାଂସଦଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ବାଂଲାଦେଶ ଗୃହମନ୍ତ୍ରୀ ଅସଦୁଜ୍ଜାମନ୍‌ ଖାନ୍‌ ବୁଧବାର ଏନେଇ ସୂଚନା ଦେଇଛନ୍ତି। ଖାନ୍‌ କହିଛନ୍ତି, କୋଲକାତ‌ାରେ ସାଂସଦ ଅନୱରୁଲ ଅଜିମ୍‌ ଅନାରଙ୍କୁ ହତ୍ୟା କରାଯାଇଛି ଏବଂ ଏହି ମାମଲାରେ ବାଂଲାଦେଶରେ ୩ ଜଣଙ୍କୁ ଗିରଫ କରାଯାଇଛି। ଅଜିମ୍‌ ଗତ ମେ’ ୧୮ ତାରିଖରୁ କୋଲକାତାରେ ନିଖୋଜ ହୋଇଯାଇଥିଲେ। ସେ ମେ’ ୧୨ ତାରିଖରେ ଭାରତ ଆସିଥିଲେ। ତାଙ୍କୁ ଖୋଜିବାପାଇଁ ଏକ ଉଚ୍ଚସ୍ତରୀୟ ସର୍ଚ୍ଚ ଅପରେସନ୍‌ ଆରମ୍ଭ ‌ହୋଇଥିଲା। ଅଜିମ୍‌ଙ୍କୁ ଶେଷ ଥର ପାଇଁ ମେ’ ୧୩ ଅପରାହ୍ନରେ ଦେଖିବାକୁ ମିଳିଥିଲା। ସେ ମେଡିକାଲ ଚେକଅପ୍‌ ପାଇଁ ତାଙ୍କର ଜଣେ ବନ୍ଧୁଙ୍କ ସହ କୋଲକାତା ନିକଟସ୍ଥ ବିଧାନନଗରର ଏକ ଘରକୁ ଯାଇଥିଲେ।

କୋଲକାତାରେ ତାଙ୍କର ଜଣେ ବନ୍ଧୁ କହିଛନ୍ତି, ସେ ତାଙ୍କୁ ମେ’ ୧୩ ତାରିଖ ପୂର୍ବରୁ ଶେଷ ଥର ଦେଖିବାକୁ ପାଇଥିଲେ। ମେ’ ୧୮ ତାରିଖ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁନି। କିନ୍ତୁ ଅଜିମଙ୍କ ଫୋନ୍‌ରୁ ଢାକାରେ ତାଙ୍କ ପରିବାର ଏବଂ ବିଧାନନଗରରେ ତାଙ୍କ ବନ୍ଧୁଙ୍କ ନିକଟକୁ ପଠାଯାଇଥିବା ବାର୍ତ୍ତାରୁ ଜଣାପଡ଼ିଥିଲା ଯେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବାଂଲାଦେଶ ସାଂସଦଙ୍କ ହତ୍ୟା ଘଟଣାରେ ଭାରତୀୟ କର୍ତ୍ତୃପକ୍ଷ ମିଳିତ ତଦନ୍ତ ଆରମ୍ଭ କରିଛନ୍ତି। ଅଜିମ୍‌ଙ୍କ ପରିବାର ସଦସ୍ୟ ମଧ୍ୟ କୋଲକାତା ଆସିବାପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସେମାନଙ୍କ ଭିସା ପ୍ରକ୍ରିୟା ଜାରି ରହିଛି। ଉଲ୍ଲେଖଯୋଗ୍ୟ, ବାଂଲାଦେଶ ସାଂସଦ ହଠାତ ନିଖୋଜ ହୋଇଯିବା ପରେ ତାଙ୍କ ପାରିବାରିକ ବନ୍ଧୁ ଗୋପାଳ ବିଶ୍ବାସ ଏନେଇ କୋଲକାତା ବିଧାନନଗରର ବାରାନଗର ଥାନାରେ ଏକ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe