ପାକିସ୍ତାନ ପରେ ଚୀନ୍ ଠାରୁ ଯୁଦ୍ଧ ବିମାନ କିଣିବ ବାଂଲାଦେଶ !

ପାକିସ୍ତାନ ପରେ ବାଂଲାଦେଶ ଏବେ ଚୀନ୍ ଠାରୁ ଜେ-୧୦ସିଇ ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି। ଏହି ଚୁକ୍ତି ପ୍ରାୟ ୨.୨ ବିଲିୟନର ହୋଇପାରେ ବୋଲି ଆକଳନ କରାଯାଉଛି।

Untitled-20

ନୂଆଦିଲ୍ଲୀ: ପାକିସ୍ତାନ ପରେ ବାଂଲାଦେଶ ଏବେ ଚୀନ୍ ଠାରୁ ଜେ-୧୦ସିଇ ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତ ହେଉଛି। ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଉକ୍ତ ବିମାନକୁ ପାକିସ୍ତାନ ଭାରତର ସିନ୍ଦୁର ଅପରେସନ୍ ସମୟରେ ରାଫେଲ୍ ମୁକାବିଲା କରିବା ପାଇଁ ପଠାଇଥିଲା। କିନ୍ତୁ ଭାରତୀୟ ସେନା ଏହାକୁ ମାରି ଖସାଇ ଦେଇଥିଲେ। 

ରିପୋର୍ଟ ଅନୁଯାୟୀ, ବାଂଲାଦେଶ ଚୀନ୍ ଠାରୁ ୨୦ ଟି ଜେ-୧୦ସିଇ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛି। ଏହି ଚୁକ୍ତି ପ୍ରାୟ ୨.୨ ବିଲିୟନର ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିରେ ବିମାନ କ୍ରୟ, ତାଲିମ, ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ବୈଷୟିକ ଖର୍ଚ୍ଚ ଅନ୍ତର୍ଭୁକ୍ତ ରହିବ। ଜେ-୧୦ସିଇ ଚୀନର ଜେ-୧୦ସି ଏକ୍ସପୋର୍ଟ ଭର୍ସନ ବୋଲି କୁହାଯାଏ। ଏହା ଉଚ୍ଚ ଉଡ଼ାଣ ପାଇଁ ବେଶ ଜଣାଶୁଣା।

ଯୁଦ୍ଧ ବିମାନ କିଣିବାକୁ ନେଇ ବାଂଲାଦେଶ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ପ୍ରକାର ଘୋଷଣା କରିନାହିଁ। ବାଂଲାଦେଶ ବାୟୁସେନା ପାଖରେ ବର୍ତ୍ତମାନ ୨୧୨ ଟି ବିମାନ ଅଛି। ଯେଉଁଥିରେ ୪୪ଟି ଯୁଦ୍ଧ ବିମାନ ଅଛି। ଏଥିମଧ୍ୟରୁ କିଛି ପୁରୁଣା ବିମାନ ଅଛି। ଯାହାକୁ ବଦଳାଇ ବାଂଲାଦେଶ ଜେ-୧୦ସିଇ ଯୁଦ୍ଧ ବିମାନ କିଣିବା ପାଇଁ ଯୋଜନା କରୁଛି।

'ସିନ୍ଦୁର ଅପରେସନ୍' ସମୟରେ ଭାରତ ବିମାନ ଆକ୍ରମଣ କରି ପାକିସ୍ତାନକୁ ଘାଇଲା କରି ଦେଇଥିଲା। ଭାରତୀୟ ବାୟୁସେନା ୧୨ ରୁ ୧୩ ଟି ପାକିସ୍ତାନୀର ଯୁଦ୍ଧ ବିମାନ ନଷ୍ଟ କରିଥିଲା, ଯେଉଁଥିରେ ଜେଏଫ-୧୬, ଜେଏଫ-୧୭ ଓ ଜେ-୧୦ସିଇ ଯୁଦ୍ଧ ବିମାନ ମଧ୍ୟ ସାମିଲ ଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe