Bangladesh Protest: ଜଳୁଛି ବାଂଲାଦେଶ: ବିଦ୍ରୋହ ଭିତରେ ଢାକାରେ ପହଞ୍ଚିଲା ଛାତ୍ରନେତା ଉସମାନଙ୍କ ମୃତଦେହ

Advertisment

ଜଳୁଛି ବାଂଲାଦେଶ । ବିଦ୍ରୋହର ବହ୍ନି ହୁତୁହୁତୁ ହୋଇ ଜଳିଚାଲିଛି ଦେଶ । ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଏହାରି ଭିତରେ ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ ।

Updated On

ଜଳୁଛି ବାଂଲାଦେଶ । ବିଦ୍ରୋହର ବହ୍ନି ହୁତୁହୁତୁ ହୋଇ ଜଳିଚାଲିଛି ଦେଶ । ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଏହାରି ଭିତରେ ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ ।

ଅଦ୍ୟତନ ହୋଇଛି
Osman Hadi

Osman Hadi Photograph: (sambad.in)

ଢାକା: ଜଳୁଛି ବାଂଲାଦେଶ । ବିଦ୍ରୋହର ବହ୍ନି ହୁତୁହୁତୁ ହୋଇ ଜଳିଚାଲିଛି ଦେଶ । ଉସମାନଙ୍କ ମୃତ୍ୟୁ ପର ଠାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଥିବା ବେଳେ ଏହାରି ଭିତରେ ଢାକାରେ ପହଞ୍ଚିଛି ମୃତ ଛାତ୍ରନେତା ଉସମାନ ହାଦିଙ୍କ ମୃତଦେହ । ଢାକା ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ଉସମାନଙ୍କୁ ଗୁଳିମାଡ଼ ଏବଂ ପରେ ମୃତ୍ୟୁ ନେଇ ଗତକାଲି ରାତିରୁ ସମଗ୍ର ଦେଶରେ ଭୟଙ୍କର ସଙ୍କଟ ଦେଖାଦେଇଛି । ଆଗକୁ ସଙ୍ଗଟ ଆହୁରି ବଡ଼ ଧରଣର ହୋଇପାରେ ଏବଂ ଅରାଜକତା ଲାଗି ରହିପାରେ ବୋଲି ଆଶଙ୍କା କରାଯାଉଛି । 

ଆହୁରି ପଢନ୍ତୁ- CBSE JOB 2025: ନିଯୁକ୍ତି ପ୍ରକ୍ରିୟାର ଆବେଦନ ତାରିଖ ବୃଦ୍ଧି କଲା ସିବିଏସଇ

ବିଦ୍ରୋହର ଘଟଣାକ୍ରମ

ସେପଟେ ଛାତ୍ରନେତାଙ୍କୁ ହତ୍ୟା ପରେ ବାଂଲାଦେଶରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଛାତ୍ରନେତା ସରିଫ୍ ଉସମାନ ହାଦିଙ୍କ ହତ୍ୟାର ପ୍ରତିବାଦରେ ତାଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଉସମାନ ହାଦିଙ୍କ ନେତୃତ୍ବରେ ଗତବର୍ଷ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଥିଲା ଓ ଶେଖ୍ ହସିନା ସରକାରଙ୍କ ପତନ ହୋଇଥିଲା । ଆସନ୍ତାବର୍ଷ ବାଂଲାଦେଶରେ ନିର୍ବାଚନ ହେବାକୁ ଥିବା ବେଳେ ଉସମାନ ଢାକାରେ ପ୍ରଚାର ଆରମ୍ଭ କରିଥିଲେ । ଡିସେମ୍ବର ୧୨ ତାରିଖରେ ଉସମାନଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି କରିଥିଲେ । ୩୨ ବର୍ଷ ବୟସ୍କ ଉସମାନ ହାଦିଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ଉଗ୍ରରୂପ ଧାରଣ କରିଛି ।

ଆହୁରି ପଢନ୍ତୁ- Toy Seller Jhuma Majhi: ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ ଝୁମା

ଢାକା ସହ ବାଂଲାଦେଶର ବହୁ ସହରରେ ଉସମାନଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି । ୩ଟି ଖବରକାଗଜର ଅଫିସକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ, ୟୁନୁସ ଉସମାନ ହାଦିଙ୍କ ମୃତ୍ୟୁ ବିଷୟରେ ଏକ ପୋଷ୍ଟ ସେୟାର କରି ତାଙ୍କୁ ସହିଦ ଘୋଷଣା କରିଥିଲେ ଏବଂ ଘୋଷଣା କରିଥିଲେ ଯେ ସରକାର ଉସମାନଙ୍କ ପତ୍ନୀ ଏବଂ ଝିଅର ଦାୟିତ୍ୱ ନେବେ। ସେ ଉସମାନଙ୍କ ଅଧୁରା ସ୍ୱପ୍ନ ବିଷୟରେ ମଧ୍ୟ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe