ଚିନ୍ତା ବଢ଼ାଇଲା ବାଂଲାଦେଶ: ‘ଭାରତ ପାକ୍‌ ଆକ୍ରମଣ କଲେ ଆମେ ଉତ୍ତର-ପୂର୍ବ ରାଜ୍ୟ ଦଖଲ କରିବା ଉଚିତ’

Advertisment

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ଅଣ୍ଟା ଭିଡ଼ିଛି। ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଯେକୌଣସି ପରିସ୍ଥିତିରେ କିଛି ବି ଘଟିପାରେ।

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ଅଣ୍ଟା ଭିଡ଼ିଛି। ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଯେକୌଣସି ପରିସ୍ଥିତିରେ କିଛି ବି ଘଟିପାରେ।

scscsc

Photograph: ( ANI News)

ଢାକା: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତ ଅଣ୍ଟା ଭିଡ଼ିଛି। ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଯେକୌଣସି ପରିସ୍ଥିତିରେ କିଛି ବି ଘଟିପାରେ। ଏଭଳି ସ୍ଥିତିରେ ଅନ୍ୟତମ ପଡ଼ୋଶୀ ଦେଶ ବାଂଲାଦେଶ, ଭାରତର ମୁଣ୍ଡବଥା କରିବା ଭଳି ମନ୍ତବ୍ୟ ଦେଇଛି। ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଘନିଷ୍ଠ ଭାବେ ଜଣାଶୁଣା ଅବସରପ୍ରାପ୍ତ ମେଜର ଜେନେରାଲ ଏଏଲ୍‌ଏମ୍‌ ଫଜଲୁର ରେହମାନ କହିଛନ୍ତି, ଯଦି ନୂଆଦିଲ୍ଲୀ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ତାଙ୍କ ଦେଶ ଭାରତର ସାତଟି ଉତ୍ତର-ପୂର୍ବ ରାଜ୍ୟ ଉପରେ ଆକ୍ରମଣ କରି ଦଖଲ କରିନେବା ଉଚିତ। ରେହମାନ ଏହି ଲକ୍ଷ୍ୟ ହାସଲ ପାଇଁ ଚୀନ୍‌ର ସହଯୋଗ ଲୋଡ଼ିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ୟୁନୁସ୍‌ଙ୍କ ଘନିଷ୍ଠ ସହ‌ଯୋଗୀଙ୍କ ବିବାଦୀୟ ବୟାନ
ଚୀନର ସହାୟତା ନେବାକୁ ଆହ୍ବାନ ଦେଲେ

ପୂର୍ବରୁ ମାର୍ଚ୍ଚ ମାସରେ ମହମ୍ମଦ ୟୁନୁସ୍ ଚୀନ୍ ଗସ୍ତ ସମୟରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଉପରେ ମନ୍ତବ୍ୟ ଦେବା ପରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। ଭାରତର ପୂର୍ବ ଭାଗରେ ଥିବା ସାତଟି ରାଜ୍ୟକୁ ସାତ ଭଉଣୀ କୁହାଯାଏ। ଏହା ଭାରତର ଏକ ଭୂମିଘେରା ଅଞ୍ଚଳ। ସମୁଦ୍ରରେ ପହଞ୍ଚିବା ପାଇଁ ଏହି ରାଜ୍ୟମାନଙ୍କ ପାଖରେ କୌଣସି ଉପାୟ ନାହିଁ। ବାଂଲାଦେଶକୁ ଏହି ଅଞ୍ଚଳରେ ‘ସମୁଦ୍ରର ଏକମାତ୍ର ରକ୍ଷକ’। ଏହା ଚୀନ ପାଇଁ ଏକ ବିରାଟ ଅର୍ଥନୈତିକ ସୁଯୋଗ। ଏପରି ଲୋଭ ଦେଖାଇ ବା ଯୁକ୍ତି ରଖି ୟୁନୁସ୍‌ ଚୀନକୁ ବାଂଲାଦେଶରେ ନିବେଶ ପାଇଁ ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe