ନୂଆଦିଲ୍ଲୀ : ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୌହିଦ ହୁସେନ ଆସନ୍ତା ସପ୍ତାହରେ ଓମାନର ରାଜଧାନୀ ମସ୍କଟରେ ଅନୁଷ୍ଠିତ ହେବାକୁ ଥିବା ଭାରତ ମହାସାଗର ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିପାରନ୍ତି । ଦୁଇ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ରୋକିବା ଉଦ୍ଦେଶ୍ୟରେ ବାଂଲାଦେଶ ଏହି ବୈଠକକୁ ଏକ ବାର୍ତ୍ତା ଦେବା ପାଇଁ ବ୍ୟବହାର କରିପାରେ ।
ଅଷ୍ଟମ ଭାରତ ମହାସାଗର ସମ୍ମିଳନୀ (ଆଇଓସି ୨୦୨୫) ଫେବ୍ରୁଆରି ୧୬ ଓ ୧୭ ତାରିଖରେ ମସ୍କଟଠାରେ ଅନୁଷ୍ଠିତ ହେବ। ଗତ ମାସରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ବାଂଲାଦେଶର ବୈଦେଶିକ ପରାମର୍ଶଦାତାଙ୍କୁ ନିମନ୍ତ୍ରଣ କରିଥିଲେ। ଯଦି ତୌହିଦ ହୁସେନ ଏବଂ ଏସ ଜୟଶଙ୍କରଙ୍କ ମଧ୍ୟରେ ଯୋଜନାବଦ୍ଧ ବୈଠକ ହୁଏ, ତେବେ ପାଞ୍ଚ ମାସ ମଧ୍ୟରେ ଏହା ସେମାନଙ୍କର ଦ୍ୱିତୀୟ ଆଲୋଚନା ହେବ ।

ଗତ ବର୍ଷ ସେପ୍ଟେମ୍ବର ମାସରେ ଜାତିସଂଘ ସାଧାରଣ ସଭା ଅଧିବେଶନ ସମୟରେ ତୌହିଦ ହୁସେନ ଏବଂ ଏସ. ଜୟଶଙ୍କରଙ୍କ ମଧ୍ୟରେ ପ୍ରଥମ ବୈଠକ ନ୍ୟୁୟର୍କରେ ହୋଇଥିଲା । ବାଂଲାଦେଶରେ ବ୍ୟାପକ ଛାତ୍ର ଓ ଜନଅଶାନ୍ତି ଯୋଗୁଁ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାର ଭାଙ୍ଗି ଯାଇଥିଲା। ଏହାର ଠିକ ମାସକ ପରେ ନ୍ୟୁୟର୍କରେ ଉଭୟଙ୍କ ଆଲୋଚନା ଦୁଇ ଦେଶର ପାରସ୍ପରିକ ସ୍ୱାର୍ଥ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଥିଲା ।
Follow Us