ଯନ୍ତ୍ରଣା ସହି ନ ପାରି ଶେଷରେ ନିଜ ହାତ କାଟି ଦେବାକୁ ଡ଼ାକ୍ତରଙ୍କୁ ଅନୁରୋଧ କଲେ ବାଂଲାଦେଶୀ ଟ୍ରି ମ୍ୟାନ୍‌

Advertisment
ଯନ୍ତ୍ରଣା ସହି ନ ପାରି ଶେଷରେ ନିଜ ହାତ କାଟି ଦେବାକୁ ଡ଼ାକ୍ତରଙ୍କୁ ଅନୁରୋଧ କଲେ ବାଂଲାଦେଶୀ ଟ୍ରି ମ୍ୟାନ୍‌

hindustantimes.com

ନୂଆଦିଲ୍ଲୀ : ଅସହ୍ୟ ଯନ୍ତ୍ରଣା ହେଉଥିବାରୁ ଏବେ ଟ୍ରି ମ୍ୟାନ ଭାବେ ପରିଚିତ ଥିବା ବାଙ୍ଗ୍‌ଲାଦେଶୀ ଯୁବକ ନିଜ ହାତ କାଟିବାକୁ ଅନୁରୋଧ କରିଛନ୍ତି। ବିରଳ ରୋଗ ଏପିଡରମୋଡାଇସ୍‌ପ୍ଲାସିଆର ଶିକାର ହୋଇଥିବାରୁ ବାଙ୍ଗ୍‌ଲାଦେଶୀ ଯୁବକ ଅବୁଲ ବଜନ୍ଦରଙ୍କ ହାତ ଏବଂ ଗୋଡ଼ ଗଛ ଭଳି ହୋଇ ଯାଇଥିଲା । ଏଥିରୁ ମୁକ୍ତି ପାଇଁ ସେ ଅନେକ ଥର ଅସ୍ତ୍ରୋପଚାର କରି ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ କୌଣସି ସୁଫଳ ମିଳି ପାରି ନାହିଁ । ୨୦୧୬ରୁ ସେ ଏ ପର୍ଯ୍ୟନ୍ତ ୨୫ଥର ଅସ୍ତ୍ରୋପଚାର କରି ସାରିଲେଣି । କିନ୍ତୁ ଯନ୍ତ୍ରଣା ବଢ଼ୁଥିବା ଦେଖି ସେ ନିଜ ହାତ କାଟିବାକୁ ନିଷ୍ପତ୍ତି ନେଇଛନ୍ତି । ପୁଅର ଏଭଳି ଅନୁରୋଧକୁ ସମର୍ଥନ କରିଛନ୍ତି ତାଙ୍କ ମା’ ଅମିନା ବିବି । ମୋ ପୁଅ ରାତିରେ ଶୋଇ ପାରୁ ନାହିଁ । ଏପରି କରିବା ଦ୍ୱାରା ତାକୁ ଯନ୍ତ୍ରଣାକୁ ମୁକ୍ତି ମିଳିବ ବୋଲି କହିଛନ୍ତି ଅମିନା ।

publive-image hindustantimes.com

ତେବେ ଏହା ଅବୁଲ ବଜନ୍ଦରଙ୍କ ବ୍ୟକ୍ତିଗତ ମତ । କିନ୍ତୁ ତାଙ୍କ ପାଇଁ ଯାହା ଭଲ ହୋଇ ପାରିବ ଆମେ ତାହା କରିବୁ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡ଼ାକ୍ତର । ଏହା ସହ ସେ ନିଜ ଟିମ୍‌ ସହ ଏହି ମାମଲାକୁ ନେଇ ମଙ୍ଗଳବାର ଆଲୋଚନା କରିବେ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ, ଖବରଟି ଦେଶ ବିଦେଶରେ ମୁଖ୍ୟ ଖବର ପାଲଟିବା ପରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଅବୁଲ ବଜନ୍ଦରଙ୍କ ମାଗଣା ଚିକିତ୍ସା କରାଇବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe