Bangladesh U-Turn
ଢାକା: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ ଘୋଷଣା କରି ପାକିସ୍ତାନ ୟୁ-ଟର୍ଣ୍ଣ ନେବା ପରେ ଏବେ ବାଂଲାଦେଶ ମଧ୍ୟ ଏକ ୟୁ-ଟର୍ଣ୍ଣ ନେଇଛି। ବାଂଲାଦେଶ ସରକାର କହିଛନ୍ତି ଯେ ବିଶ୍ବକପ୍ ପାଇଁ ଭାରତ ଗସ୍ତ ନ କରିବା ନିଷ୍ପତ୍ତି ଖେଳାଳିମାନେ ନେଇଥିଲେ।
ଭାରତ ଗସ୍ତ ନ କରିବା ନିଷ୍ପତ୍ତି ସରକାରଙ୍କର ଥିଲା
ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ଦ​ଳ ଚଳିତ ବିଶ୍ବକପ୍ ଖେଳିବାକୁ ଭାରତ ଆସିବାକୁ ମନା କରିବା ପରେ ଆଇସିସି ପକ୍ଷରୁ ବାଂଲାଦେଶ୍କୁ ବିଶ୍ବକପରୁ ବାହାର କରି ସ୍କଟଲାଣ୍ଡକୁ ସାମିଲ କରାଯାଇଥିଲା। ସେତେବେଳେ ବାଂଲାଦେଶ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ପରାମର୍ଶଦାତା ଆସିଫ୍ ନଜରୁଲ୍ କହିଥିଲେ ଯେ ଭାରତ ଗସ୍ତ ନ କରିବା ନିଷ୍ପତ୍ତି ସରକାରଙ୍କର ଥିଲା। ଏପରିକି ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କେତେକ ଖେଳାଳି ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ। ଖେଳାଳିଙ୍କ ମତକୁ ଗ୍ରହଣ ନକରି ନିଷ୍ପତ୍ତି ନିଆଯାଇଥିଲା କେତେକ ଖେଳା​ଳି ଜଣାଇଥିଲେ। କିନ୍ତୁ ଏବେ ସେ କହିଛନ୍ତି ଯେ ଭାରତ ଗସ୍ତ ନ କରିବା ନିଷ୍ପତ୍ତି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଓ ଖେଳାଳିମାନଙ୍କର ଥିଲା।
ଦେଶର ଲୋକମାନଙ୍କର ସୁରକ୍ଷା ପାଇଁ ସେମାନେ ଏହି ତ୍ୟାଗ କରିଥିଲେ
ବାଂଲାଦେଶ କ୍ରିକେଟ୍ର ସୁରକ୍ଷା, ଦେଶର ଲୋକମାନଙ୍କର ସୁରକ୍ଷା ପାଇଁ ସେମାନେ ଏହି ତ୍ୟାଗ କରିଥିଲେ। ଦେଶର ମର୍ଯ୍ୟଦା ରକ୍ଷା ପାଇଁ ସେମାନେ ଅନୁକରଣୀୟ ତ୍ୟାଗ କରିଛନ୍ତି। ବାଂଲାଦେଶ ଦଳ ବିଶ୍ବକପରେ ଅଂଶଗ୍ରହଣ ନ କରିବାକୁ ନେଇ କୌଣସି ଅନୁଶୋଚନା ଅଛି କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ ଏହାର ପ୍ରଶ୍ନ ଉଠୁନାହିଁ।
ଆହୁରି ପଢ଼ନ୍ତୁ: Rajasthan Dausa Road Accident : ରାଜସ୍ଥାନର ଦୌସାରେ ମର୍ମନ୍ତୁଦ ଦୁର୍ଘଟଣା, ବିବାହ ଉତ୍ସବରୁ ଫେରୁଥିବା ୬ ବନ୍ଧୁଙ୍କର ମୃତ୍ୟୁ
Follow Us