ଭାରତର ବେଶ୍ୟାଳୟରେ ନାବାଳିକାକୁ ବିକ୍ରି କରିଥିବା ଦମ୍ପତିଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ବାଂଲାଦେଶ ଟ୍ରିବ୍ୟୁନାଲ

Advertisment
ଭାରତର ବେଶ୍ୟାଳୟରେ ନାବାଳିକାକୁ ବିକ୍ରି କରିଥିବା ଦମ୍ପତିଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କଲେ ବାଂଲାଦେଶ ଟ୍ରିବ୍ୟୁନାଲ

Image Courtesy: Dhaka Tribune

ଢ଼ାକା (ବାଂଲାଦେଶ) : ଭାରତର ଏକ ବେଶ୍ୟାଳୟରେ ଜନୈକା ୧୭ ବର୍ଷୀୟା ନାବାଳିକାକୁ ବିକ୍ରି କରିଥିବା ଅଭିଯୋଗରେ ବୁଧବାର ଦିନ ଏକ ବାଂଲାଦେଶୀ ଦମ୍ପତିଙ୍କୁ ଟ୍ରିବ୍ୟୁନାଲ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶର ଖୁଲନା ଜିଲ୍ଲାରେ ଏହି ଘଟଣା ଘଟିଛି।

ବାଂଲାଦେଶୀ ସମ୍ବାଦ ଏଜେନ୍‌ସି ୟୁଏନବି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ ଯେ, ଖୁଲନା ମହିଳା ଏବଂ ଶିଶୁ ଅପରାଧ ନିବାରଣ ଟ୍ରିବ୍ୟୁନାଲ ଶାହିନ ଶେଖ ଏବଂ ଅସମା ବେଗମ ନାମକ ଦମ୍ପତିଙ୍କୁ ଜନୈକା ବାଂଲାଦେଶୀ ନାବାଳିକାଙ୍କୁ ଭାରତର ଏକ ବେଶ୍ୟାଳୟରେ ବିକ୍ରି କରିଥିବା ଅପରାଧରେ ଏହି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସଂପୃକ୍ତ ଦମ୍ପତି ୧୭ ବର୍ଷ ବୟସ୍କା ନାବାଳିକା ଝିଅଟିକୁ ଏକ ଭଲ ଚାକିରି ବ୍ୟବସ୍ଥା କରାଇଦେବାର ପ୍ରତିଶ୍ରୁତି ଦେଇ ଭାରତ ନେଇ ଆସିଥିଲେ। ନାବାଳିକା ଜଣଙ୍କୁ ଭାରତ ଆଣିବା ପରେ ଅକ୍ଟୋବର ୧୯, ୨୦୦୯ରେ ତାଙ୍କୁ ଭାରତର ଏକ ବେଶ୍ୟାଳୟରେ ବିକ୍ରି କରି ଦେଇଥିଲେ।

ପରବର୍ତ୍ତୀ ସମୟରେ ନାବାଳିକାର ପରିବାର ତାଙ୍କ ଝିଅକୁ ଖୋଜାଖୋଜି କରିବାରୁ ଶାହିନ୍‌ ନାବାଳିକାକୁ ଫେରାଇ ଆଣିବା ପାଇଁ ତାଙ୍କ ପରିବାରଠାରୁ ୨୦,୦୦୦ ବାଂଲାଦେଶୀ ଟାକା (ପ୍ରାୟ ୨୩୦ ଆମେରିକୀୟ ଡଲାର) ଦାବି କରିଥିଲେ। ଏ ସଂପର୍କରେ ନାବାଳିକାର ମା’ ଖାନଜାହାନ ଅଲି ଖୁଲନା ପୁଲିସ ଥାନାରେ ଏହି ଦମ୍ପତିଙ୍କ ବିରୋଧରେ ଏକ ଅଭିଯୋଗ ଆଗତ କରିଥିଲେ। ଏହି ମାମଲାର ତଦନ୍ତ କରି ପୁଲିସ ଜାନୁଆରି ୨୦, ୨୦୧୦ରେ ଏହି ଦମ୍ପତିଙ୍କ ବିରୋଧରେ ଟ୍ରବ୍ୟୁନାଲରେ ଚାର୍ଜସିଟ୍‌ ଦାଖଲ କରିଥିଲେ, ଯାହାର ଶୁଣାଣି କରି ଟ୍ରିବ୍ୟୁନାଲ ବୁଧବାର ନିଜର ରାୟ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe