ଯେଉଁ ଦେଶର ସେନା ତମ ପାଇଁ ପ୍ରାଣବଳୀ ଦେଇଥିଲା ସେ ଏବେ ଶତ୍ରୁ : ତସଲିମା

ବାଲାଂଦେଶରେ କ୍ଷମତା ପରବର୍ତ୍ତନ ପରେ ସେଠାକାର ପ୍ରଶାସନ ଭାରତ ବିରୋଧୀ ହୋଇଉଠିଛି । ଏହାକୁ ନେଇ ବାଂଲାଦେଶର ପ୍ରସିଦ୍ଧ ଲେଖିକା  ତସଲିମା ନସରିନ ଦୁଃଖ ପ୍ରକାଶ କରିବା ସହ ବାଂଲାଦେଶକୁ କଟାକ୍ଷ କରିଛନ୍ତି । 

taslima

ନୂଆଦିଲ୍ଲୀ: ବାଲାଂଦେଶରେ କ୍ଷମତା ପରବର୍ତ୍ତନ ପରେ ସେଠାକାର ପ୍ରଶାସନ ଭାରତ ବିରୋଧୀ ହୋଇଉଠିଛି । ଏହାକୁ ନେଇ ବାଂଲାଦେଶର ପ୍ରସିଦ୍ଧ ଲେଖିକା  ତସଲିମା ନସରିନ ଦୁଃଖ ପ୍ରକାଶ କରିବା ସହ ବାଂଲାଦେଶକୁ କଟାକ୍ଷ କରିଛନ୍ତି । 

ବାଂଲାଦେଶର ଅବସ୍ଥା ଦେଖି ସେ ଏକ୍ସରେ ଏକ ପୋଷ୍ଟ ଲେଖିଛନ୍ତି, ଶତ୍ରୁ ପାକିସ୍ତାନର ଅତ୍ୟାଚାରଠାରୁ ବାଂଲାଦେଶକୁ ବଞ୍ଚାଇବା ପାଇଁ ୧୭ ହଜାର ସୈନିକଙ୍କ ଜୀବନ ହରାଇଥିବା ଭାରତ ଏବେ ବାଂଲାଦେଶ ପାଇଁ ଶତ୍ରୁ ପାଲଟିଛି। ପରିସ୍ଥିତି ଏବେ କଣ ହୋଇଯାଇଛି। ବାଂଲାଦେଶ ପାଇଁ ଭାରତ କ'ଣ କରିଛି ତାହାର ପ୍ରତ୍ୟେକ ବିବରଣୀ ବର୍ଣ୍ଣନା କରି ତସଲିମା ନସରିନ ଲେଖିଛନ୍ତି, ୧୦ ନିୟୁତ ଶରଣାର୍ଥୀଙ୍କୁ ଆଶ୍ରୟ, ଖାଦ୍ୟ ଏବଂ ପୋଷାକ ଦେଇଥିବା ଭାରତକୁ ଏବେ ଶତ୍ରୁ ବୋଲି ବିବେଚନା କରାଯାଉଛି। ପାକିସ୍ତାନସେନାଠାରୁ ଦେଶକୁ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର ଓ ତାଲିମପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ଯୋଗାଇଥିବା ଭାରତ ଏବେ ଶତ୍ରୁ ପାଲଟିଛି।

ପାକିସ୍ତାନ ସହ ହାତ ମିଳାଇଥିବା ମହମ୍ମଦ ୟୁନୁସଙ୍କୁ ସମାଲୋଚନା କରି ତସଲିମା ନସରିନ କହିଛନ୍ତି, ୩୦ ଲକ୍ଷ ଲୋକଙ୍କୁ ହତ୍ୟା କରିଥିବା ଏବଂ ୨ ଲକ୍ଷ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପାକିସ୍ତାନ ଏବେ ତଥାକଥିତ ବନ୍ଧୁ। ଆତଙ୍କବାଦୀ ସୃଷ୍ଟି କରିବାରେ ଏକ ନମ୍ବର ପାକିସ୍ତାନ ଏବେ ବନ୍ଧୁ ପାଲଟିଛି ବୋଲି ଜଣାପଡ଼ିଛି। ୧୯୭୧ ର ଅତ୍ୟାଚାର ପାଇଁ ବାଂଲାଦେଶକୁ ଏପର୍ଯ୍ୟନ୍ତ କ୍ଷମା ମାଗିନଥିବା ପାକିସ୍ତାନ ଏବେ ଏକ ବନ୍ଧୁ ରାଷ୍ଟ୍ର ରେ ପରିଣତ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe