ସାଙ୍ଗସହିତ ମିଶି ଏଟିଏମ ଲୁଟ ପାଇଁ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିଲେ ଯୁବକ

Advertisment
ସାଙ୍ଗସହିତ ମିଶି ଏଟିଏମ ଲୁଟ ପାଇଁ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିଲେ ଯୁବକ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରୁ ଏଟିଏମ ଲୁଟର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଏଟିଏମ ଲୁଟ ପାଇଁ ବ୍ୟାଙ୍କ ଚାକିରି ଛାଡ଼ି ଦେଇଥିବା ଯାଞ୍ଚରୁ ଜଣାପଡ଼ିଛି।

ଏଟିଏମ ଲୁଟ ଘଟଣାକୁ ନେଇ ଜୟପୁର ନର୍ଥ ଡିସିପି ରାଶି ଡୁଡି ଡୋଗରା କହିଛନ୍ତି, ‘ଜୁଲାଇ ୧୦ ତାରିଖରେ ରାମଗଞ୍ଜ ବଜାରରେ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଲୁଟ ହୋଇଥିବା ଘଟଣାର ଖବର ମିଳିଥିଲା। ଏହାପରେ ରାମଗଞ୍ଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା।

ଏହି ଯାଞ୍ଚରୁ ଜଣାପଡ଼ିଥିଲା କି ଦୁଇଜଣ ଯୁବକ ଏଟିଏମରୁ ୧୫ଲକ୍ଷ ୧୯ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଏହାପରେ ଏଟିଏମ ଆଖପାଖସ୍ଥାନର ସିସିଟିଭି ଫୁଟେଜ ଜବତ କରି ଯାଞ୍ଚ କରାଯାଇଥିଲା। ଏହି ଫୁଟେଜ ଆଧାରରେ ଜଣେ ଲୁଟେରାର ପରିଚୟ ଜଣାପଡ଼ିଥିଲା। ପୁଲିସ ତାକୁ ଗିରଫ କରି ନେଇଛି। ଗିରଫ ଲୁଟେରା ନାମ ରୋହିତାଶ କୁମହାର ବୋଲି ଜଣାପଡ଼ିଛି।

ଯାଞ୍ଚରୁ ଜଣାପଡ଼ିଛି ରୋହିତାଶ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କରେ କାମ କରୁଥିଲା। ସେ ନିଜର ହରିୟାଣା ସାଙ୍ଗ ସହିତ ମିଶି ନି‌ଜେ କାମ କରୁଥିବା ବ୍ୟାଙ୍କର ଏଟିଏମ ଲୁଟ ପାଇଁ ଯୋଜନା କରିଥିଲା।  କାରଣ ତାକୁ ଏଟିଏମ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ରହିଥିଲା ଏମିତି କି ସେ ଏଟିଏମ କ୍ୟାସ ବକ୍ସର ପାସୱାର୍ଡ ବି ଜାଣିଥିଲା।  ଏଟିଏମ ଲୁଟ ପାଇଁ ଯୋଜନା କରିବା ପରେ ରୋହିତାଶ କୁମହାର ବ୍ୟାଙ୍କରେ କରୁଥିବା ଚାକିରି ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe