କୋଟି କୋଟି ଟଙ୍କାର ଋଣ ନେଇ ଅନେକ ଦେଶଛାଡ଼ି ଫେରାର ହେଉଥିବା ବେଳେ ମାତ୍ର ୫୦ପଇସା ପାଇଁ ଯୁବକଙ୍କ ଘର ଆଗରେ ଲାଗିଲା ନୋଟିସ୍ , କିନ୍ତୁ ପରେ...

Advertisment
କୋଟି କୋଟି ଟଙ୍କାର ଋଣ ନେଇ ଅନେକ ଦେଶଛାଡ଼ି ଫେରାର ହେଉଥିବା ବେଳେ ମାତ୍ର ୫୦ପଇସା ପାଇଁ ଯୁବକଙ୍କ ଘର ଆଗରେ ଲାଗିଲା ନୋଟିସ୍ , କିନ୍ତୁ ପରେ...

latestly.com

ଝୁନଝୁନୁ: ବ୍ୟାଙ୍କରୁ ନିଜର ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଅନେକ ବଡ଼ ବଡ଼ ବ୍ୟବସାୟୀ କୋଟି କୋଟି ଟଙ୍କାର ଋଣ ନେବା ଓ ପରେ ଋଣ ନସୁଝି ଋଣ ଅର୍ଥକୁ ହଡ଼ପ କରି ଦେଶ ଛାଡ଼ି ପଳାଇବା ଭଳି ଘଟଣା ଅନେକ ‌ଘଟିଛି। ସେମାନଙ୍କଠାରୁ ଟଙ୍କା ଆଦାୟ କରିବା ନେଇ ବ୍ୟାଙ୍କ କୌଣସି କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପାରୁ ନଥିବା ବେଳେ ରାଜସ୍ଥାନର ଜଣେ ଯୁବକଙ୍କୁ ମାତ୍ର ୫୦ପଇସା ପାଇଁ ନୋଟିସ ପଠାଇବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯୁବକଙ୍କ ବାପା ଯେତେବେଳେ ୫୦ପଇସା ଦେବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ପାଖରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ତାଙ୍କଠାରୁ ଟଙ୍କା ନେବା ପାଇଁ ମନା କରି ଦେଇଥିଲେ।

Image result for Bank Issues Notice for 50 Paise, Refuses to Deposit It Times of India

ସୂଚନା ମୁତାବକ, ଘଟଣାଟି ଝୁନଝୁନୁ ଜିଲ୍ଲାରେ ଘଟିଛି। ରାତି ସମୟରେ ଜିତେନ୍ଦ୍ର ସିଂହଙ୍କ ଘର କବାଟରେ ବ୍ୟାଙ୍କର ଏକ ନୋଟିସ ଲଗାଯାଇଥିଲା। ୫୦ପଇସା ବାକି ରହିଛି। ଏହାକୁ ତୁରନ୍ତ ନ ସୁଝିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ‌ନୋଟିସରେ ଲେଖାଯାଇଥିଲା। ‌ତେବ‌େ ଜିତେନ୍ଦ୍ରଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ଉଠି ପାରୁ ନଥିଲେ। ଯାହା ପାଇଁ ନୋଟିସ ପାଇ ଜିତେନ୍ଦ୍ରଙ୍କ ବାପା ବିନୋଦ ସିଂହ ୫୦ପଇସା ଦେବା ପାଇଁ ଲୋକ ଅଦାଲତରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଥିବା ବ୍ୟାଙ୍କ ଅଧିକାରୀ ୫୦ପଇସା ନେବାକୁ ମନା କରିବା ସହ ସେଠାରୁ ଚାଲି ଯାଇଥିଲେ। ଏବେ ଏଭଳି ଘଟଣା ପରେ ବିନୋଦ ସିଂହ ବ୍ୟାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe