ବୃଦ୍ଧ ମଉସାଙ୍କ ଏଟିଏମ ନିଜ ପାଖେ ରଖି ଲୁଟୁଥିଲେ ବ୍ୟାଙ୍କ ମ୍ୟାନେଜର

ବୃଦ୍ଧ ମଉସାଙ୍କ ଏଟିଏମ ନିଜ ପାଖେ ରଖି ଲୁଟୁଥିଲେ ବ୍ୟାଙ୍କ ମ୍ୟାନେଜର

image source-sambad english

ରାୟପୁର: ବୃଦ୍ଧ ମଉସାଙ୍କ ବିଶ୍ୱାସରେ ବିଷ ଦେଲେ ବ୍ୟାଙ୍କ ମ୍ୟାନେଜର | ବୃଦ୍ଧ ବ୍ୟକ୍ତିଙ୍କ ଏଟିଏମ କାର୍ଡ ନିଜ ପାଖରେ ରଖି ଟଙ୍କା ଲୁଟୁଥିଲେ ବ୍ୟାଙ୍କ ମ୍ୟାନେଜର | ଛତିଶଗଡର ରାୟପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି | ପୁଲିସର ସୂଚନାନୁସାରେ, ତିଲଦା ଅଞ୍ଚଳର ଅବସରପ୍ରାପ୍ତ କର୍ମଚାରୀ ମନହରଣ ଦାଶ(୭୩ ବର୍ଷ) ଏଟିଏମ କିପରି ବ୍ୟବହାର କରିବେ ତାହା ଜାଣି ନଥିଲେ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କର ସହକାରୀ ଶାଖା ପରିଚାଳିକା ସୁସ୍ମିତା ତ୍ରିପାଠୀ ଏହାର ଫାଇଦା ଉଠାଇଥିଲେ। ବ୍ୟାଙ୍କ ମ୍ୟାନେଜର ପ୍ରଥମେ ମନହରଣଙ୍କ ବିଶ୍ୱାସ ଜିତିନେଇ ତାଙ୍କ ଏଟିଏମ ନିଜ ପାଖରେ ରଖିଥିଲେ |

ମନହରଣ ନିୟମିତ ଭାବରେ ବ୍ୟାଙ୍କକୁ ଆସୁଥିଲେ ଏବଂ ଆବଶ୍ୟକତା ଅନୁଯାୟୀ ତାଙ୍କ ଖର୍ଚ୍ଚ ପାଇଁ ଟଙ୍କା ଉଠାଉଥିଲେ | ଏଥିରେ ଶାଖା ପରିଚାଳିକା ତାଙ୍କୁ ସାହାଯ୍ୟ କରୁଥିଲେ, କିନ୍ତୁ କିଛି ଦିନ ପରେ ବ୍ୟାଙ୍କ ମ୍ୟାନେଜର ନିଜେ ଟଙ୍କା ଉଠାଇଥିଲେ | ଅଭିଯୁକ୍ତ ସହକାରୀ ଶାଖା ପରିଚାଳିକା ସୁଷମା ତ୍ରିପାଠୀ ଆକାଉଣ୍ଟଧାରୀଙ୍କ ବିନା ଅନୁମୋଦନରେ ନିଜ ପରିବାର ସଦସ୍ୟଙ୍କ ବୀମା କରାଇଥିଲେ ।

ତେବେ ବୀମା ରାଶି ଠିକରେ ନ ମିଳିବାରୁ ବୀମା କମ୍ପାନୀର ନୋଟିସ ମନହରଣଙ୍କ ଘରେ ପହଞ୍ଚିଥିଲା | ଯେତେବେଳେ ପରିବାର ସଦସ୍ୟ ଆକାଉଣ୍ଟ ଯାଞ୍ଚ କରିଥିଲେ, ଜଣାପଡିଥିଲା ​​ଯେ ଅନେକ ଥର ଟଙ୍କା ଉଠାଯାଇଛି | ଅଭିଯୋଗ ପରେ ତିଲଦା ପୁଲିସ ଅନୁସନ୍ଧାନ କରିଥିଲା ​​ଓ ଏଥିରେ ଅନିୟମିତତା ହୋଇଥିବାର ଜଣାପଡିଥିଲା | ଶେଷରେ ତିଲଦା ପୁଲିସ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ପୁଣେରୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe