ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ବରୋଦା ତରଫରୁ ନିଯୁକ୍ତି ୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀମାନେ bankofbaroda.bank.in ରେ ଅନଲାଇନରେ ଆବେଦନ କରିପାରିବେ। ହାରାହାରି ୨୭୦୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନ ପ୍ରକ୍ରିୟା ନଭେମ୍ବର ୧୧ ତାରିଖରେରୁ ଡିସେମ୍ବର ୧  ପର୍ଯ୍ୟନ୍ତ ଜାରି ରହିବ। 

Advertisment

ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ନିଜର କ୍ୟାରିଅର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ବ୍ୟାଙ୍କ ଅଫ୍ ବରୋଦା। ହାରାହାରି ୨୭୦୦ ପଦବୀ ପାଇଁ ନିଯୁକ୍ତି ବାହାର କରିଛି ବ୍ୟାଙ୍କ ଅଫ୍ ବରୋଦା । ପଞ୍ଜୀକରଣ ପ୍ରକ୍ରିୟା ନଭେମ୍ବର ୧୧ ତାରିଖରେ ଆରମ୍ଭ ହୋଇଥିବା ବେଳେ, ଏହା ଡିସେମ୍ବର ୧, ୨୦୨୫ ରେ ଶେଷ ହେବ। ଯେଉଁଥିରେ ଯୋଗ୍ୟ ବା ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କ ଅଫ୍ ବରୋଦାର ଅଫିସିଆଲ ୱେବସାଇଟ୍ bankofbaroda.bank.in ରେ ଅନ୍ ଲାଇନରେ ପଞ୍ଜିକରଣ କରିପାରିବେ। 
 
କଣ ରହିବ ଯୋଗ୍ୟତା ?

ଆପ୍ରେଣ୍ଟିସ୍ ପଦବୀ ପାଇଁ ବ୍ୟାଙ୍କ ଅଫ୍ ବରୋଦାର ନିଯୁକ୍ତି ପ୍ରକାଶ ପାଇଛି। ପ୍ରାର୍ଥିର ବୟସସୀମା ସର୍ବନିମ୍ନ ୨୦ ବର୍ଷ ହୋଇଥିବା ବେଳେ, ସର୍ବାଧିକ ୨୮ ବର୍ଷ ହୋଇଥିବା ଆବଶ୍ୟକ। ସରକାରୀ ନିୟମ ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ଯଥାକ୍ରମେ ୫ ବର୍ଷ,୧୦ବର୍ଷ ଏବଂ ୩ବର୍ଷ ବୟସ ଛାଡ କରାଯିବ। ପ୍ରାର୍ଥି କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ଡିଗ୍ରୀ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଥିବା ଆବଶ୍ୟକ। 

ଆବେଦନ ଫି କେତେ ?

ବ୍ୟାଙ୍କ ଅଫ ବରୋଦାରେ ଆବେଦନ କରିବା ପାଇଁ ନିଦ୍ଦିଷ୍ଟ ଫି ଦେବାପାଇଁ ଧାର୍ଯ୍ୟ କରାଯାଇଛି। ଯେଉଁଥିରେ ବିଭିନ୍ନ ବର୍ଗ ପାଇଁ ବିଭିନ୍ନ ରାଶି ପଇଠ କରିବାକୁ ପଡିବ। ଏହି କ୍ରମରେ ସାଧାରଣ, ଓବିସି ପ୍ରାର୍ଥୀଙ୍କ ପାଇଁ  ୮୦୦ ଟଙ୍କା ରହିଥିବା ବେଳେ ଭିନ୍ନକ୍ଷମ  ମାନଙ୍କ ପାଇଁ ୪୦୦ ଏବଂ ଏସଟି, ଏସି ବର୍ଗର ପ୍ରାର୍ଥିଙ୍କୁ ଫି ରୁ ଛାଡ କରାଯାଇଛି।

ଆହୁରି ପଢନ୍ତୁ- History Of Shampoo: ‘ଶାମ୍ପୁ’ର ଅର୍ଥ କ’ଣ? ଭାରତରେ ପ୍ରଥମେ ଆରମ୍ଭ ହୋଇଥିଲା ଏହାର ବ୍ୟବହାର

କିପରି କରାଯିବ ଚୟନ ?

ସବୁ ପରୀକ୍ଷା ପରି ଏହି ପରୀକ୍ଷା ୩ ଟି ସ୍ତର ଦେଇ କରାଯିବ। ଯେଉଁଥିରେ ଲିଖିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ, ଏବଂ ଇଣ୍ଟରଭିୟୁ ରହିବ। ଲିଖିତ ପରୀକ୍ଷାର ଅବଧି ୧ ଘଣ୍ଟା ରହିବ। ଯେଉଁ ପରୀକ୍ଷାର୍ଥି ମାନେ ଏଥିରେ ଉତୀର୍ଣ୍ଣ ହେବେ ସେମାନଙ୍କ ଡକୁମେଣ୍ଚ ଯାଞ୍ଚ ପରେ ଇଣ୍ଟରଭିୟୁ କରାଯିବ। ଶେଷରେ ଯେଉଁମାନେ ଏଥିରେ ଉତୀର୍ଣ୍ଣହେବେ ସେମାନେ ବ୍ୟାଙ୍କ ଅଫ ବରୋଦାରେ କାମ କରିପାରିବେ। କେବଳ ଏତିକି ନୁହେଁ ,ମନୋନିତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ ପାଇବେ। ମାସକୁ ୧୫୦୦ ଟଙ୍କା ଷ୍ଟାଇପେଣ୍ଡ ସହିତ, ୧୨ ମାସର ତାଲିମ ଦିଆଯିବ।

ଆହୁରି ପଢନ୍ତୁ-

Delhi Terror Blast: ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା, ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ: ପାକିସ୍ତାନ