ବାଙ୍କେ ବିହାରିଙ୍କ ଦର୍ଶନ ପରେ ଉଡ଼ିଗଲା ଭକ୍ତଙ୍କ ପ୍ରାଣବାୟୁ

Advertisment

ମଥୁରାର ୟେଥିଲ ବାଙ୍କେ ବିହାରି ମନ୍ଦିରରେ ମଙ୍ଗଳବାର ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଭିଡ଼ ହେତୁ ତିନିଜଣ ମହିଳା ଅଚେତ ହୋଇପଡ଼ିଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ମଥୁରାର ୟେଥିଲ ବାଙ୍କେ ବିହାରି ମନ୍ଦିରରେ ମଙ୍ଗଳବାର ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଭିଡ଼ ହେତୁ ତିନିଜଣ ମହିଳା ଅଚେତ ହୋଇପଡ଼ିଥିବା ବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

estew

ନୂଆଦିଲ୍ଲୀ: ମଥୁରାର ୟେଥିଲ ବାଙ୍କେ ବିହାରି ମନ୍ଦିରରେ ମଙ୍ଗଳବାର ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଭିଡ଼ ହେତୁ ତିନିଜଣ ମହିଳା ଅଚେତ ହୋଇପଡ଼ିଥିବା ବେଳେ ଜଣେ ବୃଦ୍ଧଙ୍କ ଏଥିରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତମଙ୍ଗଳବାର ବାଙ୍କେ ବିହାରି ମନ୍ଦିରରେ ସ୍ବତନ୍ତ୍ର ପୂଜାର ଆୟୋଜନ କରାଯାଇଥିଲା। ଯେଉଁ କାରଣରୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ଏଥିସହିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ବି ତ୍ରୁଟି ପରିଲକ୍ଷିତ ହୋଇଥିଲା। ଯେଉଁ କାରଣରୁ ଭିଡ଼କୁ ନିୟନ୍ତ୍ରଣ କରାଯାଇ ପାରି ନଥିଲା। 

ଅସହ୍ୟ ଭିଡ଼ ହେତୁ ତିନିଜଣ ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଯେଉଁ କାରଣରୁ ସେମାନେ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ସ୍ଥାନୀୟ ପୁଲିସ ତିନିଜଣ ଅଚେତ ମହିଳାଙ୍କୁ ଭିଡ ଭିତରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ତିନିଜଣ ମହିଳା ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି। 

ଏହି ଘଟଣାରେ ପଞ୍ଜାବରୁ ବାଙ୍କେ ବିହାରୀଙ୍କ ଦର୍ଶନ ପାଇଁ ଆସିଥିବା ୬୫ବର୍ଷୀୟ ବୃଦ୍ଧଙ୍କ ଭିଡ଼ରେ ହଠାତ  ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe