ମନ୍ଦିର ଏସି ଜଳକୁ ପାଦୁକା ଭାବି ପିଇବା ଘଟଣା: ପୂଜାରୀ ଦେଲେ ଏଭଳି ପ୍ରତିକ୍ରିୟା

ବାଙ୍କେ ବିହାରୀଙ୍କ ମନ୍ଦିର ଏସିରୁ ନିର୍ଗତ ଜଳକୁ ଠାକୁର ବଙ୍କେ ବିହାରୀଙ୍କ ଚରଣାମୃତ ଭାବି ପିଇଥିବା ଘଟଣାକୁ ନେଇ ‌ମନ୍ଦିର ପୂଜାରୀ ଦାବିର ସହ କହି‌ଲେ, ‘ଏହା କୌଣସି ସାଧାରଣ ଜଳ ନୁହେଁ’

fraer

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନସ୍ଥିତ ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରରୁ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଥିଲା। 

ଏହି ଭିଡିଓରେ ଭକ୍ତମାନେ ମନ୍ଦିର ପଛପାର୍ଶ୍ୱରୁ ଝରୁଥିବା ପାଣିକୁ ଭଗବାନଙ୍କ ଚରଣାମୃତ ବୋଲି ଭାବି ପିଉଥିବା ଦେଖିବାକୁ ମିଳିଥିଲା।

 
ବୃନ୍ଦାବନରେ ଥିବା ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ଏସିରୁ ନିର୍ଗତ ଜଳକୁ ଠାକୁର ବଙ୍କେ ବିହାରୀଙ୍କ ଚରଣାମୃତ ଭାବି ପିଇଥିବା ଘଟଣାକୁ ନେଇ ‌ମନ୍ଦିର ପୂଜାରୀ ଦାବିର ସହ କହିଛନ୍ତି, ‘ମନ୍ଦିରର ଗର୍ଭଗୃହରେ କୌଣସି ପ୍ରକାର ଏସି ନାହିଁ। ଯେଉଁଲୋକମାନେ ଏହାକୁ ଏସିର ପାଣି ବୋଲି କହୁଛନ୍ତି ସେମାନଙ୍କୁ ମୁଁ ମୁର୍ଖ ବୋଲି କହିବି। ଯେଉଁଲୋକମାନେ ଧର୍ମର ମଜାକ ଉଡ଼ାଇ ଗୁଜବ ପ୍ରଚାର କରିଛନ୍ତି ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବ। ଆପଣ ବି ଦେଖିବେ ମୁଁ ବି ଦେଖିବି।

କାରଣ ବାଙ୍କେ ବିହାରୀଙ୍କ ମନ୍ଦିରର ଏହି ଜଳ ସାଧାରଣ ଜଳ ନୁହେଁ। ବାଙ୍କେ ବିହାରୀଙ୍କୁ ସ୍ନାହ କରିବା ପରେ ଗର୍ଭଗୃହ ସଫା କରିବା ସମୟରେ ଯେଉଁ ଜଳ ବାହାରିଥାଏ ତାହା ହେଉଛି ସେହି ଜଳ। ଏହା ସମସ୍ତ ଭକ୍ତଙ୍କ ଭାଗ୍ୟରେ ନଥାଏ। ଏହି ଜଳ ଅମୃତ ଠାରୁ କମ ନୁହେଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe