୨୦୧୮ ଆର୍ଥିକ ବର୍ଷରେ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନଥିବାରୁ ଗ୍ରାହକଙ୍କ ଠାରୁ ୫ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ଭାରତୀୟ ବ୍ୟାଙ୍କ

Advertisment
୨୦୧୮ ଆର୍ଥିକ ବର୍ଷରେ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି ନଥିବାରୁ ଗ୍ରାହକଙ୍କ ଠାରୁ ୫ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ଭାରତୀୟ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୧୮ ଆର୍ଥିକ ବର୍ଷରେ ଭାରତୀୟ ବ୍ୟାଙ୍କ ଗୁଡ଼ିକ ନିଜ ଜମାକାରୀମାନଙ୍କ ଠାରୁ ଜରିମାନା ଆକାରରେ ୫ହଜାର କୋଟି ଟଙ୍କା ଆଦାୟ କରିଥିବା ଜଣା ପଡ଼ିଛି । ଜମାକାରୀମାନେ ନିଜର ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ଜମା ରାଶି (ମିନିମମ୍‌ ବାଲାନ୍ସ) ରଖୁ ନଥିବାରୁ ଏହି ଜରିମାନା ଆଦାୟ କରାଯାଇଛି ।

ଜରିମାନା ଆଦାୟ କରିବାରେ ସବୁଠାରୁ ଆଗରେ ରହିଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ । ଜମାକରୀଙ୍କଠାରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଜରିମାନା ଆକାରରେ ୨,୪୩୩କୋଟି ଟଙ୍କା ଆଦାୟ କରିଥିବା ବେଳେ ଏଚ୍‌ଡିିଏଫ୍‌ସି ବ୍ୟାଙ୍କ ୫୯୦ କୋଟି ଏବଂ ଆକ୍ସିସ୍‌ ବ୍ୟାଙ୍କ ୫୩୦ କୋଟି ଆଦାୟ କରିଥିବା ଜାଣିବାକୁ ମିଳିଛି । କିଛି ବର୍ଷ ହେବ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହି ଜରିମାନା ଆଦାୟ କରି ନଥିବାରୁ ଏ ବର୍ଷ ସର୍ବନିମ୍ନ ଜମା ରାଶି ରଖୁ ନଥିବା ଜମାକରୀଙ୍କଠାରୁ ଦୁଇ ଗୁଣ ଜରିମାନା ଆଦାୟ କରିଛି।

ମେଟ୍ରୋ ଏବଂ ସହରରେ ରହୁଥିବା ଲୋକମାନେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଥିଲେ ସର୍ବନିମ୍ନ ୩ହଜାର ଟଙ୍କା ରଖିବା ପାଇଁ ନିୟମ ଥିବା ବେଳେ ଗ୍ରାମଞ୍ଚଳର ଲୋକମାନଙ୍କ ପାଇଁ ସର୍ବନିମ୍ନ ରାଶି ୧,୦୦୦ଟଙ୍କା ରଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe