ପଶ୍ଚିମବଙ୍ଗରେ ଦୁର୍ଗାପୂଜା ସମୟରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର, ଗୁଇନ୍ଦା ବିଭାଗ କଲା ସତର୍କ

Advertisment
ପଶ୍ଚିମବଙ୍ଗରେ ଦୁର୍ଗାପୂଜା ସମୟରେ ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ର, ଗୁଇନ୍ଦା ବିଭାଗ କଲା ସତର୍କ

କୋଲକାତା: ଆରମ୍ଭ ହୋଇଯାଇଛି ମା ଦୁର୍ଗାଙ୍କ ଶାରଦୀୟ ଦୁର୍ଗାପୂଜା ଉତ୍ସବ। ମାଆଙ୍କ ଆବାହନୀ ସଙ୍ଗୀତରେ ପୂରପଲ୍ଲୀ ଉତ୍ସବ ମୁଖରିତ। ଏପରିଏକ ଉତ୍ସବମୁଖର ସମୟରେ ଉତ୍ତର ପଶ୍ଚିମବଙ୍ଗର ବିଭିନ୍ନ ପୂଜା ପେଣ୍ଡାଲକୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ ପାଇଁ ବାଂଲାଦେଶର ବେଆଇନ ଘୋଷିତ ଜମାତ -ଉଲ- ମୁଜାହିଦ୍ଦିନ(ଜେଏମବି) ଆତଙ୍କବାଦୀ ସଙ୍ଗଠନ ଷଡଯନ୍ତ୍ର କରୁଥିବା ନେଇ ଗୁଇନ୍ଦା ବିଭାଗକୁ ଠୋସ ସୂଚନା ମିଳିଛି। ଏ ନେଇ କେନ୍ଦ୍ର ଓ ରାଜ୍ୟର ଗୁଇନ୍ଦା ବିଭାଗ ରାଜ୍ୟ ସରକାରଙ୍କୁ ସତର୍କ କରି ଦେଇଛନ୍ତି। ଏହି ଜମାତ -ଉଲ- ମୁଜାହିଦ୍ଦିନ(ଜେଏମବି) ଆତଙ୍କବାଦୀ ସଙ୍ଗଠନର ୨ରୁ ୪ ଜଣ ଆତଙ୍କବାଦୀ ବର୍ତ୍ତମାନ ସୁଦ୍ଧା ଭାରତୀୟ ଅଞ୍ଚଳରେ ପ୍ରବେଶ କରି ପଶ୍ଚିମବଙ୍ଗର ରେଡ୍‌ଲାଇଟ୍‌ ଅଞ୍ଚଳରେ ଆତ୍ମଗୋପନ କରିଥିବା ବେଳେ ଆଉ ୨ରୁ ୩ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସତର୍କ କରି ଦେଇଛି।
ଗୁଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଜମାତ -ଉଲ- ମୁଜାହିଦ୍ଦିନ(ଜେଏମବି) ଆତଙ୍କବାଦୀ ସଙ୍ଗଠନର ଆତଙ୍କବାଦୀମାନେ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି, କୁଚ୍‌ବିହାର, ଆଲିପୁରଦୁଆର ଓ ସିଲିଗୁଡ଼ି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରି ଅଧିକରୁ ଅଧିକ ଲୋକ ଯେପରି ମୃତାହତ ହେବେ ସେ ନେଇ ଯୋଜନା କରୁଛନ୍ତି। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ଦୁଇଜଣ ବର୍ତ୍ତମାନ ଆସି ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲା ଦିନାହାଟ ଅଞ୍ଚଳରେ ଆତ୍ମଗୋପନ କରିଥିବା କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରି ଦେଇଛନ୍ତି। ଏହି ଆତଙ୍କବାଦୀମାନେ ନେପାଳରୁ ବିସ୍ଫୋରକ ସଂଗ୍ରହ କରିଥିବା ମଧ୍ୟ ସୂଚନା ମିଳିଛି। ଜମାତ -ଉଲ- ମୁଜାହିଦ୍ଦିନ(ଜେଏମବି) ଆତଙ୍କବାଦୀ ସଙ୍ଗଠନ ପଶ୍ଚିମବଙ୍ଗରେ ତାର ସ୍ଲିପର ସେଲମାନଙ୍କୁୁ କାମରେ ଲଗାଇ ଦେଇଥିବା ନେଇ ମଧ୍ୟ ଗୁଇନ୍ଦା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe