ଆସନ୍ତା ସପ୍ତାହକୁ ଘୁଞ୍ଚିଲା ବଂଶଧାରା ଶୁଣାଣି

Advertisment
ଆସନ୍ତା ସପ୍ତାହକୁ ଘୁଞ୍ଚିଲା ବଂଶଧାରା ଶୁଣାଣି

Sambad English

ନୂଆଦିଲ୍ଲୀ : ଦୀର୍ଘ ଦିନରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଆଜି ମଧ୍ୟ ହୋଇପାରିନାହିଁ। ମାମଲାର ଶୁଣାଣି ପାଇଁ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ହିମା କୋହଲୀଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲା। ହେଲେ ସାମ୍ବିଧାନିକ ବେଞ୍ଚରେ ମାମଲା ଶୁଣାଣି ଜାରି ରହିଥିବାରୁ ଜଷ୍ଟିସ ଚନ୍ଦ୍ରଚୂଡ଼ ବଂଶଧାରା ମାମଲାର ଶୁଣାଣିକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଥିଲେ। ଆସନ୍ତା ସପ୍ତାହରୁ ମାମଲାର ନିୟମିତ ଶୁଣାଣି ହେବ। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଆଦେଶକୁ ବି‌ରୋଧ କରି ଓଡ଼ିଶା ସରକାରଙ୍କ ଦ୍ବାରା ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଅନ୍ୟପକ୍ଷରେ ବଂଶଧାରା ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରି ସାରିଥିବାରୁ କେନ୍ଦ୍ର ସରକାର ଗତ ମାର୍ଚରେ ଟ୍ରିବ୍ୟୁନାଲକୁ ଭଙ୍ଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe