ବଂଶଧାର ଜଳ ବିବାଦର ଶୁଣାଣି ୯ରେ: ଆଜି ବି ହୋଇପାରିଲାନି ଚୂଡ଼ାନ୍ତ ଶୁଣାଣି

Advertisment
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଖୋଲାଖୋଲି ଅବମାନନା: ରାଜ୍ୟ ସରକାର ନିଯୁକ୍ତ କଲେ ନାହିଁ ସ୍ଵତନ୍ତ୍ର ଭିନ୍ନକ୍ଷମ କମିଶନର

Image Courtesy of The Financial Express

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ବି ବଂଶଧାର ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇପାରି ନାହିଁ। ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ବିକ୍ରମ ନାଥଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲା। ତେବେ ଅନ୍ୟ ଏକ ମାମଲାର ଦୀର୍ଘ ଶୁଣାଣି ଜାରିରହିବାରୁ ବଂଶଧାରା ମାମଲାର ଶୁଣାଣି ହୋଇପାରିନଥିଲା। ଏହାର ପରବର୍ତ୍ତୀ ଶୁଣାଣି ମାର୍ଚ ୯ରେ ହେବ ବୋଲି ସ୍ଥିର ହୋଇଛି।

ବଂଶଧାରା ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ରାୟକୁ ବିରୋଧ କରି ଓଡ଼ିଶା ପକ୍ଷରୁ ତିନିଟି ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତିନିଟି ଏସ୍‌ଏଲ୍‌ପିକୁ ଏକତ୍ର କରି ଚୂଡ଼ାନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଛନ୍ତି। ତେବେ ଦୀର୍ଘଦିନ ହେଲା ଏହି ମାମଲାର ଶୁଣାଣି ଆରମ୍ଭ ହୋଇପାରୁନାହିଁ। ଇତି ମଧ୍ୟରେ ମାମଲା ସଂପର୍କିତ ସମସ୍ତ ନଥିପତ୍ର ଉଭୟ ଓଡ଼ିଶା ଓ ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇସାରିଛି। ବଂଶଧାରା ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ ଚୂଡ଼ାନ୍ତ ରାୟ ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଥିବା ବେଳେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲଙ୍କ ରାୟର କାର୍ଯ୍ୟକାରିତାକୁ ନେଇ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ କରିପାରୁନାହାନ୍ତି। ଅନ୍ୟ ପକ୍ଷରେ ଟ୍ରିବ୍ୟୁନାଲଙ୍କ ଅବଧି ଚଳିତ ବର୍ଷ ମାର୍ଚ ୧୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe