ଆଜି ବି ହୋଇପାରିଲାନି ବଂଶଧାର ଜଳବିବାଦ ମାମଲା ଶୁଣାଣି

Advertisment
ଆଜି ବି ହୋଇପାରିଲାନି ବଂଶଧାର ଜଳବିବାଦ ମାମଲା ଶୁଣାଣି

Odisha Bytes

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବଂଶଧାରା ଜଳ ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣି ବୁଧବାର ଦିନ ମଧ୍ୟ ଆରମ୍ଭ ହୋଇପାରିନାହିଁ। ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ବେଞ୍ଚରେ ଅନ୍ୟ ଏକ ମାମଲାର ଶୁଣାଣି ଦୀର୍ଘସମୟ ଧରି ଜାରି ରହିବାରୁ ବଂଶଧାରା ମାମଲାର ଶୁଣାଣି ହୋଇପାରିନଥିଲା।

ବଂଶଧାର ଜଳ ବିବାଦ ଟ୍ରିବ୍ୟୁନାଲ ରାୟକୁ ବିରୋଧ କରି ଓଡ଼ିଶା ଦ୍ବାରା ୨୦୧୮, ୨୦୧୯ ଓ ୨୦୨୧ରେ ତିନିଟି ସ୍ବତନ୍ତ୍ର ଲିଭ ପିଟିସନ (ଏସ୍‌ଏଲ୍‌ପି) ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିଗୁଡ଼ିକର ଏକତ୍ର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରୁଥିଲେ ମଧ୍ୟ କୌଣସି ନା କୌଣସି କାରଣ ଯୋଗୁ ମାମଲାର ଶୁଣାଣି ଅଟକିଯାଉଛି। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ମାମଲାର ଚୂଡ଼ାନ୍ତ ରାୟ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ଗତ ମାର୍ଚରେ ଟ୍ରିବ୍ୟୁନାଲକୁ ଭଙ୍ଗକରିଥିଲେ। ଅନ୍ୟ ପକ୍ଷରେ ଓଡ଼ିଶା ଦ୍ବାରା ଦାଖଲ ଏସ୍‌ଏଲ୍‌ପିଗୁଡ଼ିକ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ହିଁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ରାୟର କ୍ରିୟାନ୍ବୟନ ପାଇଁ ଗେଜେଟ ବିଜ୍ଞପ୍ତି ଜାରିକରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe