ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ

Advertisment
ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ

Image Courtesy of Zee News

ମୁମ୍ବାଇ: ବାପି ଲାହିରିଙ୍କ ଜୁହୁ ବାସଭବନ ଠାରୁ ଅଳ୍ପ ଦୂର ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନହଂସ ଶ୍ମଶାନରେ ଆଜି ଜନପ୍ରିୟ ଗାୟକ ତଥା ସଙ୍ଗୀତ ନିର୍ଦେଶକ ବାପି ଲାହିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବାପ୍ପା ଲାହିରି ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ବେଳେ ଉପସ୍ଥିତ ଜନତା ସଜଳ ଚକ୍ଷୁରେ ତାଙ୍କୁ ଚିର ବିଦାୟ ଦେଇଥିଲେ।

ଜନସମାଗମ ନିୟନ୍ତ୍ରଣ କରିବା ଲାଗି ତାଙ୍କ ବାସଭବନ ଓ ଶ୍ମଶାନରେ ପୋଲିସ ଉପସ୍ଥିତ ଥିଲେ। ଲାହିରିଙ୍କ ବାସଭବନ ରାସ୍ତାରେ ମଧ୍ୟ ବାରିକେଡ୍‌ ବସାଯାଇଥିଲା। ଅନ୍ତିମ ଯାତ୍ରା ବେଳେ ବାପି ଲାହିରିଙ୍କ ପାର୍ଥିବ ଶରୀରରେ ତାଙ୍କର ‘ଟ୍ରେଡ୍‌ମାର୍କ ସନ୍‌ଗ୍ଲାସ୍‌’ ପୂର୍ବଭଳି ଅକ୍ଷୁଣ୍ଣ ଥିଲା।

publive-image Image Courtesy of NDTV

ବାପି ଲାହିରିଙ୍କ ଜୁହୁ ବାସଭବନରୁ ବାହାରିଥିବା ଅନ୍ତିମ ଯାତ୍ରାରେ ଅସଂଖ୍ୟ ପ୍ରଶଂସକ, ଶୁଭେଚ୍ଛୁ ଏବଂ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ। ବାପି ଲାହିରିଙ୍କ ଶବକୁ କାନ୍ଧ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପୁଅ ବାପ୍ପା ଲାହିରି ଏବଂ ରାଣୀ ମୁଖାର୍ଜୀଙ୍କ ଭାଇ ରାଜା।

ଫେବ୍ରୁଆରି ୧୫ ତାରିଖ ରାତିରେ ବାପି ଲାହିରିଙ୍କ ଦେହାନ୍ତ ହୋଇଯାଇଥିଲା। କିନ୍ତୁ, ଆମେରିକାରେ ଅବସ୍ଥାନ କରୁଥିବା ପୁଅ ବାପ୍ପା ଲାହିରି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିବା ପରେ ଆଜି ତାଙ୍କର ଶେଷକୃତ୍ୟ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବାପି ଲାହିରିଙ୍କ ମର ଶରୀରକୁ ପୁଷ୍ପସଜ୍ଜିତ ଗାଡ଼ିରେ ନେଇ ପୂର୍ବାହ୍ନ ୧୧ଟା ବେଳେ ଶ୍ମଶାନରେ ପହଞ୍ଚାଯାଇଥିଲା। ସେଠାରେ ତାଙ୍କର ଓ ମୁଖାର୍ଜୀ ପରିବାରବର୍ଗ ଉପସ୍ଥିତ ଥିଲେ। ଲାହିରି ଓ ମୁଖାର୍ଜୀଙ୍କ ପରିବାରରେ ରକ୍ତଗତ ସମ୍ପର୍କ ଥିଲା ଏବଂ ସେମାନେ କିଶୋର କୁମାରଙ୍କ ଗାଙ୍ଗୁଲୀ ପରିବାର ସହ ସମ୍ପୃକ୍ତ ଅଟନ୍ତି। ହିସାବରେ କିଶୋର କୁମାର ଥିଲେ ବାପି ଲାହିରିଙ୍କ ମାମୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe