The Wire
ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଅଗଷ୍ଟ ୩୧ରେ ୧ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। ଏବେ ଏହି ମାମଲାରେ ଭୂଷଣଙ୍କ ବିରୋଧରେ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବୃତ୍ତିଗତ କ୍ଷେତ୍ରରେ ପ୍ରଶାନ୍ତ ଭୂଷଣ ବିଶୃଙ୍ଖଳିତ କାର୍ଯ୍ୟ କରିଥିବା ଆଧାରରେ ଏହି ପ୍ରକ୍ରିୟା ଚାଲିବ । ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଏବାବଦରେ ତର୍ଜମା କରି ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ବାର୍ କାଉନ୍ସିଲ୍କୁ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ ପ୍ରଶାନ୍ତ ଭୂଷଣ ଦିଲ୍ଲୀ ବାର୍ କାଉନ୍ସିଲ୍ରେ ଜଣେ ଆଇନଜୀବୀ ଭାବେ ପଂଜୀକୃତ ଅଛନ୍ତି।
Follow Us