ୟୁପି ନିର୍ବାଚନ ପାଇଁ ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ଆଣିବେ ଏସବୁ ପରିବର୍ତ୍ତନ

Advertisment
ୟୁପି ନିର୍ବାଚନ ପାଇଁ ପ୍ରିୟଙ୍କାଙ୍କ ୭ଟି ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ଆଣିବେ ଏସବୁ ପରିବର୍ତ୍ତନ

ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବଡ଼ ଘୋଷଣା। କ୍ଷମତାକୁ ଆସିବା ପାଇଁ ୭ଟି ବଡ଼ ଘୋଷଣା କଲେ ପ୍ରିୟଙ୍କା। ବାରବାଙ୍କିରେ କଂଗ୍ରେସର ପ୍ରତିଜ୍ଞା ଯାତ୍ରାର ଶୁଭାରମ୍ଭ କରି ପ୍ରିୟଙ୍କା ଗାନ୍ଧୀ ୭ଟି ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ୟୁପିରେ କଂଗ୍ରେସ କ୍ଷମତାକୁ ଆସିବା ପରେ କଂଗ୍ରେସ କୃଷକଙ୍କ ଋଣ ଛାଡ କରିବ। ଏହା ବ୍ୟତୀତ ବିଦ୍ୟୁତ୍ ବିଲ୍ ଛାଡ କରାଯିବ ଏବଂ ସରକାର ଝିଅମାନଙ୍କୁ ସ୍କୁଟି ଏବଂ ମୋବାଇଲ୍ ଦେବା ଭଳି ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା।

ପ୍ରିୟଙ୍କା କରିଥିବା ୭ଟି ବଡ଼ ଘୋଷଣା ମଧ୍ୟରେ ରହିଛି:

୧. ୨୦ଲକ୍ଷ ସରକାରୀ ଚାକିରି।

୨. ମହାମାରୀ ସମୟର ସମସ୍ତଙ୍କ ବିଦ୍ୟୁତ୍ ବିଲ୍ ଅଧା ଛାଡ କରାଯିବ।

୩.  କରୋନା ମହାମାରୀ ସମୟରେ ବେରୋଜଗାର ହୋଇଥିବା ପରିବାରକୁ ୨୫୦୦୦ ହଜାର ଆର୍ଥିକ ସହାୟତା ଦିଆଯିବ।

୪. ୨୫୦୦ରେ ଗହମ-ଧାନ ଏବଂ ଆଖୁ ୪୦୦ଟଙ୍କାରେ କିଣାଯିବ।

୫. ମହିଳାମାନଙ୍କୁ ଟିକେଟ୍ ର ୪୦ ପ୍ରତିଶତ ଅଂଶ ଦିଆଯିବ।

୬. ଦ୍ବାଦଶ ଶ୍ରେଣୀ ଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଏବଂ ସ୍ନାତକ ପାସ କରିଥିବା ଛାତ୍ରୀମାନଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦିଆଯିବ।

୭. କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe