ମୋ କେଶ ପରି: ୨୦୦୯ରେ କେଶ ସ୍ପର୍ଶ କରିଥିବା ବାଳକକୁ ଭର୍ଚୁଆଲ୍‌ରେ ଭେଟିଲେ ଓବାମା

Advertisment
ମୋ କେଶ ପରି: ୨୦୦୯ରେ କେଶ ସ୍ପର୍ଶ କରିଥିବା ବାଳକକୁ ଭର୍ଚୁଆଲ୍‌ରେ ଭେଟିଲେ ଓବାମା

Image Courtesy of NDTV

ନୂଆଦିଲ୍ଲୀ: ୨୦୦୯ରେ ତାଙ୍କ କେଶ ସ୍ପର୍ଶ କରିଥିବା ବାଳକ ଜାକୋବ୍‌ ଫିଲାଡେଲ୍‌ଫିଆ ସହିତ ଏବେ ଭର୍ଚ୍ୟୁଆଲ୍‌ରେ ଭେଟିଛନ୍ତି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୯ରେ ବାଳକ ଜାକୋବ୍‌ ଓବାମାଙ୍କ କେଶ ସ୍ପର୍ଶ କରୁଥିବା ବେଳର ଫଟୋଟି ‘ହେୟାର୍‌ ଲାଇକ୍‌ ମାଇନ୍‌’ (ମୋ କେଶ ପରି)  ଶିରୋନାମାରେ ଅଶେଷ ଲୋକପ୍ରିୟତା ହାସଲ କରିଥିଲା। ସେତେବେଳେ ୫ ବର୍ଷିୟ ଜାକୋବ୍‌ ତା’ର ପିତାମାତା ଓ ବଡ଼ଭାଇ ସହିତ ଓଭାଲ୍‌ ଅଫିସ୍‌କୁ ଆସିଥିଲେ। ତାଙ୍କ କେଶ କ’ଣ ତା’ କେଶ ଭଳି ବୋଲି ସେ ରାଷ୍ଟ୍ରପତି ଓବାମାଙ୍କୁ ପଚାରିଥିଲା। କେଶ ପରଖିବା ପାଇଁ ଜାକୋବ୍‌କୁ ସୁବିଧା ହେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ତା’ ଆଗରେ ନଇଁପଡ଼ିଥିଲେ। ସେତେବେଳେ ଉତ୍ତୋଳନ କରାଯାଇଥିବା ଫଟୋଟି ପରେ ‘ହେୟାର୍‌ ଲାଇକ୍‌ ମାଇନ୍’ (ମୋ କେଶ ପରି) ଶିରୋନାମାରେ ପ୍ରସିଦ୍ଧି ଲାଭ କରିଥିଲା।

publive-image Image Courtesy of News18

ଏବେ ପ୍ରାୟ ୧୩ ବର୍ଷ ପରେ ଭର୍ଚ୍ୟୁଆଲ୍‌ରେ ଜାକୋବ୍‌କୁ ଭେଟି କରିଥିବା ଆଳାପର ଭିଡିଓ ଓବାମା ଟୁଇଟର୍‌ରେ ସେୟାର୍‌ କରିଛନ୍ତି। ହାଇସ୍କୁଲ୍‌ ଗ୍ରାଜୁଏସନ୍‌ ଶେଷ କରିଥିବା ତରୁଣ ଜାକୋବ୍‌କୁ ପୂର୍ବତନ ରାଷ୍ଟ୍ରପତି ଓବାମା ଅଭିନନ୍ଦନ ଜଣାଇବା ସହ ୨୦୦୯ରେ ହୋଇଥିବା ଦେଖାସାକ୍ଷାତ ସମୟର କଥା କହିଥିଲେ।

ସେୟାର୍‌ ହେବା ପରଠାରୁ ଏହି ଭିଡିଓ ୧.୪ ନିୟୁତ ‘ଭିୟୁ’ ଏବଂ ଅସୁମାରି ‘କମେଣ୍ଟ୍‌’ ଏବଂ ‘ଲାଇକ୍‌’ ହାସଲ କରି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe