ଯୁଦ୍ଧକୁ ନେଇ ଇସ୍ରାଏଲକୁ ସତର୍କ କରାଇଲେ ବାରାକ୍ ଓବାମା

Advertisment
ଯୁଦ୍ଧକୁ ନେଇ ଇସ୍ରାଏଲକୁ ସତର୍କ କରାଇଲେ ବାରାକ୍ ଓବାମା

Image Courtesy of India Today

ୱାଶିଂଟନ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ଗାଜା ଉପରେ ଇସ୍ରାଏଲ ପ୍ରବଳ ବୋମାମାଡ କରିଚାଲିଛି । ତେବେ ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ସତର୍କ କରାଇଦେଇଛନ୍ତି । ଓବାମା ଚେତାବନୀ ଦେଇଛନ୍ତି ଯେ ସାଧାରଣ ଜନତାଙ୍କୁ ଅଣଦେଖା କରୁଥିବା ଇସ୍ରାଏଲର କୌଣସି ରଣନୀତି ଓଲଟା ପଡ଼ିପାରେ ।

ସେ କହିଛନ୍ତି ଯେ ହମାସ ବିରୋଧରେ ଯୁଦ୍ଧରେ ଇସ୍ରାଏଲର କେତେକ କାର୍ଯ୍ୟକଳାପ ଯେପରିକି ଯଥା ଗାଜାକୁ ଖାଦ୍ୟ ଏବଂ ଜଳ ସଂଯୋଗ କାଟିବା ପାଲେଷ୍ଟାଇନର ମନୋଭାବକୁ ପରିବର୍ତ୍ତନ କରିପାରେ ଏବଂ ଏହାକୁ କଠୋର କରିପାରେ ।

ଏଭଳି କାର୍ଯ୍ୟ ଇସ୍ରାଏଲ ପ୍ରତି ଅନ୍ତର୍ଜାତିକ ସମର୍ଥନକୁ ଦୁର୍ବଳ କରିପାରେ ବୋଲି ଓବାମା କହିଛନ୍ତି। ସକ୍ରିୟ ବୈଦେଶିକ ନୀତି ସଙ୍କଟ ଉପରେ ବିରଳ ମନ୍ତବ୍ୟ ଦେଇ ଓବାମା କହିଛନ୍ତି ଯେ ଯୁଦ୍ଧର ମାନବିକ କ୍ଷୟକ୍ଷତିକୁ ଅଣଦେଖା କରୁଥିବା ଇସ୍ରାଏଲର କୌଣସି ସାମରିକ ରଣନୀତି ଶେଷରେ ଓଲଟା ପ୍ରଭାବ ଦେଇପାରେ।

ମାନବୀୟ ସଂକଟ ଯୋଗୁଁ ପାଲେଷ୍ଟାଇନବାସୀଙ୍କ ଆଭିମୁଖ୍ୟ କଠୋର ହୋଇପାରେ । ଏହାର ସୁଯୋଗ ଇସ୍ରାଏଲର ଶତ୍ରୁମାନେ ନେଇପାରନ୍ତି ଫଳରେ ଏହା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ହାସଲ ପାଇଁ ଦୀର୍ଘମିଆଦୀ ପ୍ରୟାସକୁ ଦୁର୍ବଳ କରିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe