ବାରମୁଳାରେ ଅଣାୟତ୍ତ ସ୍ଥିତି, ଗୁଳିବର୍ଷା ଚତୁର୍ଥ ଦିନରେ

ବାରମୁଳାରେ ଅଣାୟତ୍ତ ସ୍ଥିତି, ଗୁଳିବର୍ଷା ଚତୁର୍ଥ ଦିନରେ

SRINAGAR, JANUARY 13 (UNI) Members of the bomb disposal squad trying to defusing an Improvised Explosive Device was planted by militants in the city outskirts on Srinagar-Baramulla road on Saturday.UNI PHOTO-42U

ଶ୍ରୀନଗର: ଦକ୍ଷିଣ କଶ୍ମୀରର ବାରମୁଳା ଜିଲ୍ଲାର ଉରି ସେକ୍ଟରକୁ ପାକ୍‌ ସେନା ଦୀର୍ଘ ୪ ଦିନ ହେଲା ଟାର୍ଗେଟ୍‌ କରି ଗୁଳିବର୍ଷା ଜାରି ରଖିଛି। ଏହି ସେକ୍ଟରରେ ଥିବା ୧୪ଟି ଆଗୁଆ ପୋଷ୍ଟକୁ କ୍ଷତି ପହଞ୍ଚାଇବା ପାଇଁ ପାକିସ୍ତାନ ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନାହିଁ। ଭାରତୀୟ ସେନା ପାକିସ୍ତାନର ଏହି ହୀନ ଉଦ୍ୟମକୁ ସମାନ ଅସ୍ତ୍ରରେ ଜବାବ ଦେଉଛନ୍ତି। ତେବେ ଗୁଳିବର୍ଷା ଥମିବାର ନାମ ନେଉନଥିବାରୁ ଲୋକେ ଆତଙ୍କିତ ହୋଇଛନ୍ତି। ଏହି ସେକ୍ଟରର ୯ଟି ଗ୍ରାମ ପାକ୍‌ ଗୁଳିଗୋଳା ମାଡ଼ରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ୫ ଶରୁ ଅଧିକ ଗ୍ରାମବାସୀ ଘରଦ୍ୱାର, ଚାଷବାସ ଛାଡ଼ି ସେନା ଓ ପ୍ରଶାସନ ନିୟନ୍ତ୍ରଣରେ ଚାଲିଥିବା ସୁରକ୍ଷା ଶିବିରରେ ଆଶ୍ରୟ ନେଇଛନ୍ତି। ପାକିସ୍ତାନ ନିୟନ୍ତ୍ରଣ ରେଖା ଅଂଚଳରେ ଅନାବଶ୍ୟକ ଉତ୍ତେଜନା ସୃଷ୍ଟିକରି ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଉଦ୍ୟମ ଚଳାଇଛି, କିନ୍ତୁ ଭାରତୀୟ ସେନା ଏହାର ସବୁ ଚାଲକୁ ଭଣ୍ଡୁର କରୁଛନତ୍‌ି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରବକ୍ତା କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି।

ଉରି ସେକ୍ଟରର ଚ୍ରୁନ୍ଦାରେ ସ୍ଥିତି ଅଧିକ ବିପଜ୍ଜନକ ରହିଛି। ଏଠାରେ ଦୁଇଟି ଗ୍ରାମର ୪୦ରୁ ଅଧିକ ଘର ମୋର୍ଟାର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ଘନଘନ ମୋର୍ଟାର ମାଡ଼ ଜାରି ରହିଥିବାରୁ ଭୟଭୀତ ଲୋକେ ଘରକୁ ଫେରିବା ଅସମ୍ଭବ ହୋଇପଡ଼ିଛି। ଭାରତୀୟ ସେନା ପାକ୍‌ ଗୁଳିବର୍ଷାର କଡ଼ା ଜବାବ ଦେଇ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ପ୍ରାୟ ମାସେ ହେଲା ସୀମାବର୍ତ୍ତୀ ୨୪ଟି ଗ୍ରାମକୁ ପାକ୍‌ ସେନା ଟାର୍ଗେଟ୍‌ କରିଥିବା ବେଳେ ହଜାର ହଜାର ଲୋକ ସୁରକ୍ଷିତ ଆଶ୍ରୟରେ ରହିଛନ୍ତି। ସୀମାବର୍ତ୍ତୀ ସ୍କୁଲ୍‌ଗୁଡ଼ିକ ମଧ୍ୟ ବନ୍ଦ ରହିଛି । ଉତ୍ତର କଶ୍ମୀରର କୁପ୍‌ଓ୍ଵାଡ଼ା ସେକ୍ଟରରେ ମଧ୍ୟ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe