ରାଜନୀତି କରିବାକୁ ଆଇପିଏସ୍‌ ଚାକିରି ଛାଡ଼ିଲେ ବସନ୍ତ ରଥ

Advertisment
ରାଜନୀତି କରିବାକୁ ଆଇପିଏସ୍‌ ଚାକିରି ଛାଡ଼ିଲେ ବସନ୍ତ ରଥ

IndiaTV News

ଶ୍ରୀନଗର: ଜମ୍ମୁ କାଶ୍ମୀର କ୍ୟାଡରର ଆଇପିଏସ୍‌ ଅଫିସର ବସନ୍ତ ରଥ ଆଜି ଇସ୍ତଫା ଦେଇଛନ୍ତି। ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବଙ୍କୁ ସେ ତାଙ୍କ ଇସ୍ତଫା ସଂପର୍କରେ ଏକ ଚିଠି ଲେଖିଛନ୍ତି। ଏହି ଚିଠି ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ ହୋଇଛି। ଜମ୍ମୁ କାଶ୍ମୀରରେ ପୁଲିସ ଆଇଜି ପାହ୍ୟାରେ କାର୍ଯ୍ୟରତ ବସନ୍ତ ତାଙ୍କ ଇସ୍ତଫା ଚିଠିରେ ଦସ୍ତଖତ ଓଡ଼ିଆରେ କରିଛନ୍ତି। ଚିଠିକୁ ଇସ୍ତଫା/ସ୍ବେଚ୍ଛାକୃତ ଅବସର ଭାବେ ଗ୍ରହଣ କରି ତଦନୁଯାୟୀ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି। ଉକ୍ତ ଚିଠି ସେ ୨୫ ତାରିଖରେ ଲେଖିଛନ୍ତି ଏବଂ ଏହାର ନକଲ ସେ ଜମ୍ମୁ କାଶ୍ମୀରର ପୁଲିସ ଡିଜି ଓ କମାଣ୍ଡାଣ୍ଟ ଜେନେରାଲଙ୍କ ନିକଟକୁ ପଠାଇଛନ୍ତି। ନିର୍ବାଚନୀ ରାଜନୀତିରେ ଭାଗ ନେବେ ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୦୦ ବ୍ୟାଚ୍ ଜମ୍ମୁ କାଶ୍ମୀର କ୍ୟାଡର ଆଇପିଏସ ଅଫିସରଙ୍କୁ କେନ୍ଦ୍ର ସରକାର ୨୦୨୦ରେ ନିଲମ୍ବିତ କରିଥିଲେ। ଖରାପ ବ୍ୟବହାର ପ୍ରଦର୍ଶନ ପାଇଁ ଏହା କରାଯାଇଥିଲା। ‌ତେବେ ୨୦୧୮ ମସିହାରେ ସେ ଆଇଜି ପଦକୁ ପଦୋନ୍ନତି ପାଇଥିଲେ। ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ସେ ଲୋକଙ୍କ ପ୍ରଶଂସାଭାଜନ ହୋଇଥିଲେ। କିନ୍ତୁ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ଟ୍ରାଫିକ ଆଇଜି ଭାବେ ତାଙ୍କର କାର୍ଯ୍ୟକାଳ କମ୍ ଦିନ ପାଇଁ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe