Image Courtesy of India Today
ନୂଆଦିଲ୍ଲୀ: ୨୦୨୨ ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ସ୍ଥିର କରିବ ବୋଲି ମନ୍ତବ୍ୟ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କହିଛନ୍ତି, କୌଣସି ରାଜ୍ୟ ନିର୍ବାଚନରେ ନୁହେଁ, ୨୦୨୪ରେ ଭାରତ ପାଇଁ ନିର୍ଣ୍ଣାୟକ ପ୍ରତିଦ୍ବନ୍ଦ୍ବିତା ହେବ।
‘ସାହେବ’ ଏକଥା ଜାଣନ୍ତି। ମାତ୍ର, ବିରୋଧୀମାନଙ୍କ ଉପରେ ପ୍ରଭାବଶାଳୀ ମାନସିକ ପ୍ରାଧାନ୍ୟ ସୃଷ୍ଟି କରିବା ପାଇଁ ରାଜ୍ୟ ଫଳାଫଳକୁ ଚତୁରତାର ସହ ପ୍ରଘଟ କରାଇ ଜନସାଧାରଣଙ୍କୁ ମତାଉଛନ୍ତି। ଏଭଳି ମିଥ୍ୟା ପ୍ରରୋଚନାରେ ପଡ଼ନ୍ତୁ ନାହିଁ ବୋଲି ଟୁଇଟ୍ କରି ପ୍ରଶାନ୍ତ କିଶୋର କହିଛନ୍ତି।
Image Courtesy of NDTVସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ଗୁରୁବାର ଦିନ ଦଳୀୟ ମୁଖ୍ୟାଳୟରେ ‘ବିଜେପି’ କର୍ମୀମାନଙ୍କୁ ଉଦ୍ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୯ରେ ଆମେ କେନ୍ଦ୍ରରେ ସରକାର ଗଠନ କରିବା ବେଳେ ବିଶେଷଜ୍ଞମାନେ କହିଥିଲେ ୨୦୧୭ରେ ଉତ୍ତର ପ୍ରଦେଶରେ ବିଜୟ ପାଇଁ ଏହା ସମ୍ଭବପର ହୋଇଥିଲା। ମୋର ମନେହୁଏ, ୨୦୨୨ ନିର୍ବାଚନର ଫଳାଫଳ ୨୦୨୪ ଜାତୀୟ ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ବିଶେଷଜ୍ଞମାନେ କହିବେ।
ଜାତୀୟ ନିର୍ବାଚନ ପ୍ରଚାର ଅଭିଯାନରେ ‘ବିଜେପି’ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ପ୍ରଶାନ୍ତ କିଶୋର ୨୦୧୪ରେ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ, ଗତ କିଛି ବର୍ଷ ହେବ ସେ ମମତା ବାନାର୍ଜୀ ଏବଂ ଏମ୍କେ ଷ୍ଟାଲିନ୍ଙ୍କ ଭଳି ନେତାଙ୍କ ପାଇଁ କାର୍ଯ୍ୟ କରି ଜଣେ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବା ପରି ଜଣାପଡୁଛି।
Follow Us